Home ଜିଲ୍ଲା ପରିକ୍ରମା ବାସୁଦେବପୁର ଜନଶୁଣାଣି, ୧୬୮ଟି ଅଭିଯୋଗ ଗ୍ରହଣ, ୪୨ଟିର ତତ୍କାଳ ସମାଧାନ

ବାସୁଦେବପୁର ଜନଶୁଣାଣି, ୧୬୮ଟି ଅଭିଯୋଗ ଗ୍ରହଣ, ୪୨ଟିର ତତ୍କାଳ ସମାଧାନ

3

ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ବାସୁଦେବପୁର ବ୍ଲକ ପଂଚାୟତ ସମିତି ଗୃହରେ ଆୟୋଜିତ ଜନଶୁଣାଣି କାର୍ଯ୍ୟକ୍ରମରେ ସମୁଦାୟ ୧୬୮ଟି ଅଭିଯୋଗ ଗ୍ରହଣ କରାଯାଇଛି। ଏଥିମଧ୍ୟରୁ ୧୪୯ଟି ଅଭିଯୋଗ ବ୍ୟକ୍ତିଗତ ସମସ୍ୟା ସମ୍ପର୍କିତ ଥିବାବେଳେ ୧୬ଟି ଅଭିଯୋଗ ଗାଁ/ସାମୁଦାୟିକ ସମସ୍ୟା ସମ୍ପର୍କିତ ରହିଛି। ଜନଶୁଣାଣିରେ ୪୨ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଏହାସହ ରେଡକ୍ରସ୍ ସହାୟତା ଅଧୀନରେ ୩ଟି ମାମଲାରେ ସହାୟତା ପ୍ରଦାନ କରାଯାଇଛି। ଜିଲ୍ଲା ରେଡକ୍ରସ୍ ଫଣ୍ଡରୁ ୩ଜଣଙ୍କ ପକ୍ଷରେ ୧୧,୫୦୦ ଟଙ୍କାର ସହାୟତା ମଞ୍ଜୁର କରାଯାଇଛି। ଏହି ଜନଶୁଣାଣୀରେ ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ, ଅତିରିକ୍ତ ଜିଲାପାଳ ସରୋଜ ଦତ, ଉପଜିଲାପାଳ ସୌରଭ ଚକ୍ରବର୍ତୀ ଓ ବ୍ଲକ୍ ଅଧିକାରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.