Home ଜିଲ୍ଲା ପରିକ୍ରମା ଅପହରଣ ହୋଇଥିବା ଛାତ୍ରୀ ଯାଜପୁରରୁ ଉଦ୍ଧାର,ଅଭିଯୁକ୍ତ ଯୁବକ ଗିରଫ

ଅପହରଣ ହୋଇଥିବା ଛାତ୍ରୀ ଯାଜପୁରରୁ ଉଦ୍ଧାର,ଅଭିଯୁକ୍ତ ଯୁବକ ଗିରଫ

2

ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ହି ଜିଲାର ଧାମନଗର ଥାନା ଅନ୍ତର୍ଗତ ଭଗବାନପୁର ପଂଚାୟତର ଜଣେ ୧୪ ବର୍ଷୀୟ ନାବାଳିକା ଛାତ୍ରୀ କୁ ଅପହରଣ ଘଟଣାରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାବାଳିକାଙ୍କୁ ଯାଜପୁରରୁ ଉଦ୍ଧାର କରିଛି। ଏହି ଘଟଣାରେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଯୁବକ ଜଣଙ୍କ ହେଲେ ଭଗବାନପୁର ପଂଚାୟତ ବହମପୁର ଗ୍ରାମର ଅନନ୍ତ ଜେନାଙ୍କ ପୁଅ ଜିତେନ୍ଦ୍ର ଜେନା (୨୨) ବୋଲି ପୋଲିସ ସୂଚନା ଦେଇଛି। ଖବର ରୁ ପ୍ରକାଶ ଯେ ଧାମନଗର ରେ ଏକ ଘରୋଇ ବିଦ୍ୟାଳୟରେ ନବମ ଶ୍ରେଣୀର ନାବାଳିକା ଧାମନଗର ଅଂଚଳରେ ଭଡ଼ା ଘରେ ରହି ପାଠ ପଢ଼ୁଥିଲେ। ଯୁବକ ଜଣକ ତାଙ୍କୁ ପ୍ରେମ ନିବେଦନ କରି ଫସାଇ ଅପହୃତ କରିନେଇଥିଲେ। ନାବାଳିକା ନିଖୋଜ ଥିବା ସମ୍ପର୍କରେ ପରିବାର ପକ୍ଷରୁ ୨୦ ତାରିଖରେ ଧାମନଗର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇଁ ଥାନା ଅଧିକାରୀ ସୁବ୍ରଜିତ ଦାସଙ୍କ ନେତୃତ୍ୱରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ମୋବାଇଲ ଟ୍ରେସ୍ ଆଧାରରେ ନାବାଳିକାଙ୍କୁ ଯାଜପୁରରେ ରଖାଯାଇଥିବା ସ୍ପଷ୍ଟ ପରେ ପୋଲିସ ରବିବାର ବିଳମ୍ବିତ ରାତିରେ ଉଭୟଙ୍କୁ ଯାଜପୁରରୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ନାବାଳିକାଙ୍କୁ ମେଡିକାଲ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ, ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.