ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ୍ ଗୋପାଳପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଭାରାପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ମୋନାଲିସା ମହାପାତ୍ରଙ୍କ ସଭାପତିତ୍ୱରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଗୋପାଳପୁର ଆଂଚଳିକ ସାଧନକେନ୍ଦ୍ରର ସଂଯୋଜକ ତପନ ସାହୁ ଓ ମୁଖ୍ୟ ବକ୍ତା ରୂପେ ଯୁବ ସମାଜସେବୀ ରତିକାନ୍ତ ବାରିକ୍,ବରେଣ୍ୟ ଅତିଥି ପ୍ରତାପ ବାରିକ୍,ସମ୍ମାନିତ ଅତିଥି ହିମାଂଶୁ ଶେଖର ଦାସ,ଅଂଶୁମାନ ଦାସ ପ୍ରମୁଖ ଯୋଗ ଦେଇଥିଲେ। ସହକାରୀ ଶିକ୍ଷୟିତ୍ରୀ ଭାଗ୍ୟଶ୍ରୀ ପୃଷ୍ଟି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅତିଥି ମାନେ ପିଲାମାନଙ୍କ ଉଦ୍ଦେଶ୍ୟରେ ମାତୃଭାଷାର ଗୁରୁତ୍ୱ ଓ ଏହାର ପ୍ରଚାର ପ୍ରସାର ନିମନ୍ତେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନପୂର୍ବକ ଉତ୍ସାହିତ କରିଥିଲେ।ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଯଥା ପ୍ରବନ୍ଧ ଲିଖନ,ବକ୍ତୃତା,ସ୍ଲୋଗାନ୍ ଲିଖନ,ଚିତ୍ରାଙ୍କନ ଓ ପ୍ରଦର୍ଶନୀ କରାଯାଇଥିଲା।କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।ସିଆରସିସି ତପନ ସାହୁ ଶିଶୁବାଟିକା ଶ୍ରେଣୀରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ବର୍ଣ୍ଣବୋଧ ବହି ଉପହାର ଦେଇଥିଲେ।ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।ଅଭିଭାବକ ରବୀନ୍ଦ୍ର ସାହୁ ଓ ଲକ୍ଷ୍ମୀପ୍ରିୟା ସାହୁ ବିଦ୍ୟାଳୟ ଶିକ୍ଷାରେ ମାତୃଭାଷାର ଭୂମିକା ସଂପର୍କରେ ମତ ରଖିଥିଲେ। ସର୍ବଶେଷରେ ସିଆରସିସି ତପନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।








