ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପ୍ରଶାସନ ସ୍ଥାନୀୟ ସହୀଦ ସ୍ମୃତି ଭବନରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସାରା ବିଶ୍ୱ ପାଳୁଥିବାବେଳେ ଆମ ଜିଲ୍ଲାରେ ମଧ୍ୟ ବିଶ୍ୱ ସାମାଜିକ ନ୍ୟାୟ ଦିବସ ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ମାନଙ୍କ ଉପସ୍ଥିତରେ ପାଳିତ ହୋଇଯାଇଛି। ପ୍ରାତଃ ୭:୩୦ରେ ଯୋଗ ଶିବିର ପରେ ଜିଲ୍ଲା ହସ୍ପିଟାଲ ଡାକ୍ତର ଙ୍କ ଦ୍ୱାରା ସ୍ୱାସ୍ଥ୍ୟ ଶିବିର ମାନ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଜିଲ୍ଲାପାଳ ଦିଲୀପ ରାଉତରାଏ, ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରମୋଦ କୁମାର ପ୍ରହରାଜ,ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଂଶୁମାନ ଦିବେଦୀ, ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତି, ସମ୍ପାଦକ କୈଳାଶ ଚନ୍ଦ୍ର ମହାପାତ୍ର, ମହାସଂଘ କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମନ କୁମାର ରାୟ, ଜିଲ୍ଲାଜଜ ର ପ୍ରତିନିଧି ତାପସ କୁମାର ମହାନ୍ତି, ଜିଲ୍ଲା ସଂଚୟ ଅଧିକାରିଣୀ ମୋନାଲିସା ପଣ୍ଡା, ଜିଲ୍ଲା ଲିଡ଼ ବ୍ୟାଙ୍କ ଅଧିକାରୀ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଖଗେଶ୍ୱର ସେଠୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁବାଷ ଚନ୍ଦ୍ର ନାୟକଙ୍କ ଉପସ୍ଥିତ ରେ ଜିଲ୍ଲପାଳ ରାଉତରାଏ ଆଜିର ଦିବସ ବରିଷ୍ଠ ମାନଙ୍କ ପ୍ରତି ସମାଜ ତଥା ପରିବାର ବର୍ଗ ସମ୍ମାନର ସହ ବଂଚିବାର ଅଧିକାର ସହ ବୃଦ୍ଧ ପିତାମାତା ଅବହେଳାର ଶିକାର ଯେପରି ନ ହେବେସେଥିପ୍ରତି ସମସ୍ତଙ୍କ ସ୍ନେହ ଆଉ ଶ୍ରଦ୍ଧା ରହିଲେ ଏକ ସୁସ୍ଥ ସମାଜ ଓ ଶ୍ରେଷ୍ଠ ଭାରତର ସ୍ୱପ୍ନ ସାକାର ହେବ। ଅନ୍ୟତମ ମଂଚାସିନ ଅତିଥି ବୃନ୍ଦ ସାମାଜିକ ନ୍ୟାୟ ଦିବସ ଉପରେ ବିଶଦ ଆଲୋଚନା କରି ଥିବା ବେଳେ ବରିଷ୍ଠ ମାନେ ସାଇବର ଠକେଇର ଶିକାର ନହେବା,ଆଇନଗତ ସେବା, ସମ୍ପତିଗତ ଅଧିକାର,ଓ ବରିଷ୍ଠ ନାଗରିକ ସଂଚୟ ଉପରେ ଆଲୋଚନା କରିଥିଲେ, ବ୍ଲକ ଓ ପଂଚାୟତ ସ୍ତରରୁ ସମସ୍ତ ଅଠେଇଶ ଗୋଟି ସଂଘର ସଦସ୍ୟ ସଦସ୍ୟା ମାନଙ୍କୁ ଉତରୀୟ ଦେଇ ସ୍ୱାଗତ କରିବା ସହ ପଇଂଚାଳିଶ ଜଣ ବୟୋବୃଦ୍ଧ ବ୍ୟକ୍ତିଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମାଜରେ ବରିଷ୍ଠଙ୍କ ହିତରେ କାର୍ଯ୍ୟ କରୁଥିବାରୁ ବରିଷ୍ଠ ନାଗରିକ ସେବା ସମ୍ମାନରେ ସମ୍ମାନିତ କରି ଥିଲେ।ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଭାପତିତ୍ୱ କରୁଥିବା ବେଳେ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସଭା ସଂଚାଳନ କରିବା ସହ ବିଭାଗୀୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ବରିଷ୍ଠ ସହାୟକ ବିଦୁଶଙ୍କର ନାୟକ ଧନ୍ୟବାଦ ଅର୍ପଣ କରି ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷ ଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିଥିଲେ। ଏତାଦୃଶ କାର୍ଯ୍ୟକ୍ରମ କୁ ସରସ ସୁନ୍ଦର କରିଥିବାରୁ ସମସ୍ତ ବରିଷ୍ଠ ନାଗରିକ ଜିଲ୍ଲା ପ୍ରଶାସନର ମୁଖ୍ୟଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଥିଲେ।








