Home ଜିଲ୍ଲା ପରିକ୍ରମା ମୂଳଗାଁ ଶ୍ରୀଜଗନ୍ନାଥଙ୍କ ବାର୍ଷିକ ଉତ୍ସବରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

ମୂଳଗାଁ ଶ୍ରୀଜଗନ୍ନାଥଙ୍କ ବାର୍ଷିକ ଉତ୍ସବରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

3

ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଆର.ଏନ୍‌. ବେତରା ଗ୍ରାମ ପଂଚାୟତର ମୂଳଗାଁ ଗ୍ରାମରେ ଅନୁଷ୍ଠିତ ପବିତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାର୍ଷିକ ଉତ୍ସବ ଅବସରରେ ଭକ୍ତି ଓ ଆନନ୍ଦର ଅପୂର୍ବ ପରିବେଶ ସୃଷ୍ଟି ହୋଇଥିଲା। ଏହି ଶୁଭ ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଦର୍ଶନ କରି ଭଦ୍ରକ ଜିଲ୍ଲାବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ହୃଦୟରୁ ପ୍ରାର୍ଥନା କରିଥିଲେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ। ଶ୍ରୀ ସାମଲଙ୍କ ସମେତ ଯୁବନେତା ବିକାଶ ଶ୍ରେଷ୍ଠା, ଅର୍ଜ୍ଜୁନ ଚରଣ ଦାସ ଓ ଜିତନ୍ ପଣ୍ଡା ଙ୍କ ସହ ବହୁ ମାନ୍ୟଗଣ୍ୟ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ଭକ୍ତିମୟ ପରିବେଶରେ ମହାପ୍ରଭୁଙ୍କ ନାମ ସ୍ମରଣ ସହ ଗ୍ରାମବାସୀଙ୍କ ମୁହଁରେ ଥିଲା ଆନନ୍ଦ ଓ ଆସ୍ଥାର ଆଲୋକ। ଏହି ପବିତ୍ର ଅବସର ଆମ ସମସ୍ତଙ୍କ ମନରେ ଏକତା, ଭାଇଚାରା ଓ ସେବାଭାବ କୁ ଆହୁରି ଦୃଢ଼ କରିଲା। ମହାପ୍ରଭୁଙ୍କ ଅସୀମ କୃପା ସଦା ସର୍ବଦା ଭଦ୍ରକ ଜିଲ୍ଲାବାସୀଙ୍କ ଉପରେ ବିରାଜମାନ ରହୁ ବୋଲି ଶ୍ରୀ ସାମଲ ପ୍ରାର୍ଥନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.