ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଜଳେଶ୍ୱରପୁର ପଂଚାୟତରେ ୨୦୨୧ ମସିହାରୁ ଲାଗିରହିଥିବା ବହୁ ଚର୍ଚ୍ଚିତ ଓ ବିବାଦୀୟ ପ୍ଲଟ ନଂ୫୯୫ ସରକାରୀ ଜମିକୁ ଉଚ୍ଚନ୍ୟାୟାଳୟ ଙ୍କ ନିର୍ଦ୍ଦେଶ କ୍ରମେ ଉଛେଦ କରାଯାଇଛି। ସୂଚନା ଅନୁସାରେ, ଉକ୍ତ ପ୍ଲଟକୁ ନେଇ ଜଳେଶ୍ୱର ପୁର ଗ୍ରାମ ପଂଚାୟତ ର ଭାରତୀୟ ଜନତା ପାର୍ଟି ର ଯୁବ ନେତା ରମାକାନ୍ତ ଭଳ ସରକାରୀ ଜମି ଜବରଦଖଲ ଉଛେଦ ପାଇଁ ବହୁ ବିବାଦୀୟ ହୋଇଥିଲା।ଏହା ପରେ ମାମଲାଟି ଆଦାଲତରେ ପହଂଚିଥିଲା ଏବଂ ଦୀର୍ଘ ଦିନ ସୁନାଣି ପରେ ଉଚ୍ଚନ୍ୟାୟାଳୟ ପକ୍ଷରୁ ସରକାରୀ ଜମି ମୁକ୍ତ କରିବାକୁ ଆଦେଶ ଜାରି ହୋଇଥିଲା।ଆଦେଶ ଅନୁଯାୟୀ ଚାନ୍ଦବାଲି ତହସିଲଦାର ଭବତୋଷ ମଲ୍ଲିକ,ବାଶଂଡା ଥାନା ଆଇଆଇସି ଏମଡି ହାଫିଜ୍ ଙ୍କ ସମେତ ଏକ ପ୍ଲାଟୁନ ପୋଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଂଚି ଉଛେଦ କାର୍ଯ୍ୟ ଆରମ୍ଭ କରିଥିଲେ। ଆଇନ-ଶୃଙ୍ଖଳା ପରିସ୍ଥିତି କୁ ନଜରରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡ଼ା କଡ଼ି କରାଯାଇଥିଲା। ପରେ ଅବୈଧ ଭାବେ ନିର୍ମିତ କୋଠା ଘରକୁ ଭଙ୍ଗାଯାଇ ସରକାରୀ ଜମିକୁ ମୁକ୍ତ କରାଯାଇଥିଲା।ଉଛେଦ ପରେ ଯୁବ ନେତା ରମାକାନ୍ତ ଭଳ କହିଥିଲେ “ଏହା ସତ୍ୟର ଜୟ” ହୋଇଛି।ଏହି ଘଟଣା ପରେ ଅଂଚଳରେ ଚର୍ଚ୍ଚା ଜୋରଦାର ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ କହାଯାଇଛି ଯେ, ସରକାରୀ ଜମି ଉପରେ ଯେକୌଣସି ଅବୈଧ ଦଖଲକୁ ଆଗାମୀ ଦିନରେ ମଧ୍ୟ କଠୋର ଭାବେ ହଟାଯିବ।ଦିର୍ଘ ୬ ବର୍ଷ ନ୍ୟାୟିକ ଲଢେଇ ରେ ବିଜୟୀ ହେଲେ ଶ୍ରୀ ଭଳ,ଏଥିନେଇ ଗ୍ରାମବାସୀ ଙ୍କ ପକ୍ଷରୁ ସ୍ଥାନୀୟ ପ୍ରଶାସନକୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି।








