Home ଜିଲ୍ଲା ପରିକ୍ରମା ଧାମନଗରରେ ସାଇବର ଜାଲିଆତି, ଥାନାରେ ଦ୍ୱାରସ୍ଥ ହେଲେ ଯୁବକ

ଧାମନଗରରେ ସାଇବର ଜାଲିଆତି, ଥାନାରେ ଦ୍ୱାରସ୍ଥ ହେଲେ ଯୁବକ

18

ଭଦ୍ରକ, ୨୧ା୨ -ଇଂଟରନେଟ୍ ଯେତିକି ସୁବିଧା ଆଣିଛି, ସାଇବର ଅପରାଧୀମାନେ ତା’ଠାରୁ ଅଧିକ ବିପଦ ସୃଷ୍ଟି କଲେଣି। ଧାମନଗର ଥାନା ଆନନ୍ଦପୁର ପଂଚାୟତ ଉତେଇପୁର ଗାଁର ପ୍ରତାପ କୁମାର ବାରିକ ନାମକ ଜଣେ ବ୍ୟକ୍ତି ଏବେ ସାଇବର ରାକେଟର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି ପ୍ରତାପ। ସେ ପେଶାରେ ଜଣେ ଠିକାଦାର। ନିଜର ବ୍ୟବସାୟିକ କାରବାର ପାଇଁ ସେ ବ୍ୟାଙ୍କ ସହ ନିୟମିତ ସମ୍ପର୍କରେ ଥାଆନ୍ତି। ମାତ୍ର ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଥିଲେ, ଯେତେବେଳେ ଜାଣିବାକୁ ପାଇଲେ ଯେ ‘ଧନୀ’ ନାମକ ଏକ ତୁରନ୍ତ ଋଣ ପ୍ରଦାନକାରୀ ଆପ୍ଲିକେସନରୁ ତାଙ୍କ ନାଁରେ ଋଣ ନିଆଯାଇଛି, ଯାହା ବିଷୟରେ ସେ କିଛି ବି ଜାଣିନାହାନ୍ତି।ପ୍ରତାପଙ୍କ ଅଭିଯୋଗ ଅନୁଯାୟୀ, କେହି ଜଣେ ଠକ ନିଜର ର ଆଧାର କାର୍ଡ ରେ ପ୍ରତାପଙ୍କ ନାମ ଏବଂ ପାନ୍ କାର୍ଡ ରେ ପ୍ରତାପଙ୍କ ମୋବାଇଲ ନମ୍ବରକୁ ଅତି ଚତୁରତାର ସହ ଅନ୍ୟ ଜଣକ ପରିଚୟ ପତ୍ର ସହ ଯୋଡ଼ି ଏହି ଋଣ ହାସଲ କରିଛି। ଏନେଇ ୧୧ ଡିସେମ୍ବର ୨୦୨୧ରେ ମାତ୍ର ୧୫୦୦ ଟଙ୍କାର ଋଣ ନିଆଯାଇଛି। ଜାଲିଆତି କରିଥିବା ବ୍ୟକ୍ତିଜଣକ ସୁଧ ବାବଦକୁ ପ୍ରାୟ ୩୩,୪୮୨ ଟଙ୍କା ପୈଠ କରିସାରିଥିବା ସଂସ୍ଥାର କଷ୍ଟମର କେୟାର ପକ୍ଷରୁ କୁହାଯାଇଛି। ଯଦିଓ ଋଣ ଟଙ୍କାର ପରିମାଣ କମ୍ ଥିଲା, କିନ୍ତୁ ଏହି ଜାଲିଆତି ଯୋଗୁଁ ପ୍ରତାପଙ୍କ ଆର୍ôଥକ ସ୍ୱଚ୍ଛତା ଉପରେ ଆଂଚ ଆସିଛି। ଋଣ ଆକାଉଂଟଟି ‘ଓଭରଡ୍ୟୁ’ ଦେଖାଉଥିବାରୁ ତାଙ୍କର ସିବିଲ ସ୍କୋର ସମ୍ପୂର୍ଣ୍ଣ ଖରାପ ହୋଇଯାଇଛି। ଜଣେ ଠିକାଦାର ଭାବେ ବ୍ୟାଙ୍କରୁ ବଡ଼ ଧରଣର ଋଣ ନେବା ସମୟରେ ଏବେ ସେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ପ୍ରତାପ ଏନେଇ ଧାମନଗର ଥାନାରେ ଏକ ଲିଖିତ ଏତଲା ଦେଇଛନ୍ତି। ପୋଲିସ କେଶ୍ ନଂ ୧୬୨/୨୦୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହା ପଛରେ ଏକ ବଡ଼ ଧରଣର ଆନ୍ତଃରାଜ୍ୟ ସାଇବର ରାକେଟ କାମ କରୁଥିବା ସନ୍ଦେହ କରାଯାଉଛି। ଧାମନଗର ପୋଲିସ ସାଇବର ସେଲ୍ ସହାୟତାରେ ଅପରାଧୀଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.