Home ଜିଲ୍ଲା ପରିକ୍ରମା ତିହିଡି଼ ବଜାରରେ ମନ୍ଥର ଗତିରେ ଚାଲିଛି ଡ୍ରେନ ନିର୍ମାଣ, ସବୁଦିନିଆ ଖାଙ୍କିହାଟ ସାମ୍ନା ବିପଦସଙ୍କୁଳ, ଲୋକେ...

ତିହିଡି଼ ବଜାରରେ ମନ୍ଥର ଗତିରେ ଚାଲିଛି ଡ୍ରେନ ନିର୍ମାଣ, ସବୁଦିନିଆ ଖାଙ୍କିହାଟ ସାମ୍ନା ବିପଦସଙ୍କୁଳ, ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା

12

ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବଜାରରେ ଡ୍ରେନ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଫଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଠିକାଦାର ମନଇଚ୍ଛା କାର୍ଯ୍ୟଚଳାଇଛନ୍ତି।ଗୋଟିଏ ପାର୍ଶ୍ୱର କାର୍ଯ୍ୟ ଶେଷ ନ ହେଉଣୁ ଆଉ ଗୋଟିଏ ପାର୍ଶ୍ୱର ଡ୍ରେନ ନିର୍ମାଣ କାର୍ଯ୍ୟ ଆରମ୍ଭ କରି ନାଳ ଖୋଳି ପକେଇ ଦେଇଛନ୍ତି। ଯାହାଫଳରେ ଡ୍ରେନ ନିର୍ମାଣ ସ୍ଥଳ ବିପଦସଙ୍କୁଳ ହୋଇ ରହୁଥିବାରୁ ଲୋକମାନେ ଦୁର୍ଦ୍ଦଶା ଭୋଗି ଚାଲିଛନ୍ତି । ଏପରିକି ସବୁଦିନିଆ ଖାଙ୍କି ହାଟକୁ ଲୋକମାନେ ଯାତାୟାତ କରିପାରୁ ନାହାଁନ୍ତି।ଏନେଇ ନିର୍ମାଣ କାର୍ଯ୍ୟ ଦାୟିତ୍ୱରେ ଥିବା ସୁପରଭାଇଜରଙ୍କ ନିକଟରେ ଲୋକମାନେ ଅଭିଯୋଗ କରୁଥିଲେ ମଧ୍ୟ ସେ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତିହିଡି଼ ବଜାର ଉଭୟ ପାର୍ଶ୍ୱରେ ଡ୍ରେନ ନିର୍ମାଣ ପାଇଁ ୬କୋଟି ଟଙ୍କା ଅନୁଦାନ ମିଳିଥିଲା । ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ଟେଣ୍ଡର ମାଧ୍ୟମରେ ଠିକାଦାର ଚୟନ କରାଯିବା ପରେ ଡ୍ରେନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ତିହିଡି଼ କଲେଜ ଛକ ଠାରୁ ବଜାରର କିଛି ବାଟ ଯାଏଁ ଡ୍ରେନ ନିର୍ମାଣ କରାଯାଇ କାର୍ଯ୍ୟ ବନ୍ଦ କରି ପୁଣି ଥାନା ସାମ୍ନାରେ ନିର୍ମାଣ କରାଯାଇଥିଲା । ସେଠାରେ କାର୍ଯ୍ୟ ଅଧାପନ୍ତରିଆ ରଖି ପୁଣି ଖାଙ୍କି ହାଟ ସାମ୍ନାରେ ଡ୍ରେନ ନିର୍ମାଣ କରାଯାଉଛି । ତେବେ ଡ୍ରେନ ନିର୍ମାଣ ସମୟରେ ଲୋକଙ୍କ ନିରାପତା ପ୍ରତି ଦୃଷ୍ଟି ଦିଆଯାଉ ନାହିଁ । ତିହିଡି଼ ହାଟରେ ପରିବା ସହ ବିଭିନ୍ନ ଦୋକାନ ଏବେ ପ୍ରତିଦିନ ଖୋଲୁ ଥିବାରୁ ସହସ୍ରାଧିକ ବିଜାରକୁ ସାମଗ୍ରୀ କିଣିବାକୁ ଯାଉଛନ୍ତି । ରାତି ପର୍ଯ୍ୟନ୍ତ ବଜାର ଖୋଲା ରହୁଥିବାରୁ ବିଭିନ୍ନ ଅଂଚଳର ଲୋକମାନେ ବଜାରକୁ ଯାଉଛନ୍ତି । ତେବେ ଡ୍ରେନ ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ଲୋକମାନେ ଦୁର୍ଦ୍ଦଶା ଭୋଗୁଥିବା ଜଣାଯାଇଛି । ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରାଯିବା ସହ ନିର୍ମାଣ ସମୟରେ ଲୋକଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯିବାକୁ ଦାବି ହୋଇଛି । ଏ ସମ୍ପର୍କରେ ବିଭାଗୀୟ କନିଷ୍ଠଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ପାଣିଙ୍କୁ ପଚାରିବାରୁ ନିର୍ମାଣ ଦାୟିତ୍ୱରେ ଥିବା ଠିକାଦାରଙ୍କୁ ଏଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦିଆଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.