Home ଜିଲ୍ଲା ପରିକ୍ରମା ସୂଚନା ଅଧିକାର ଆଇନ ଅବମାନନା ଅଭିଯୋଗରେ ଧାମନଗର ବାହୁବଳି ବିଡିଓଙ୍କୁ ୧୬ ହଜାର ଅର୍ଥଦଣ୍ଡ ନିର୍ଦ୍ଦେଶ

ସୂଚନା ଅଧିକାର ଆଇନ ଅବମାନନା ଅଭିଯୋଗରେ ଧାମନଗର ବାହୁବଳି ବିଡିଓଙ୍କୁ ୧୬ ହଜାର ଅର୍ଥଦଣ୍ଡ ନିର୍ଦ୍ଦେଶ

4

ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକରେ ୩ ବର୍ଷରୁ ଅଧିକ ସମୟ ଧରି ଇନ୍ଦ୍ର, ଚନ୍ଦ୍ର ମାନୁନଥିବା ବାହୁବଳି ବିଡ଼ିଓ ବନବିହାରୀ ଦିନ୍ଦା ସୂଚନା ଅଧିକାର ଆଇନର ନିୟମ ଅନୁସରଣରେ ଅବହେଳା ଓ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ତଥ୍ୟ ପ୍ରଦାନ ନକରିବା ଅଭିଯୋଗରେ ଓଡିଶା ସୂଚନା ଆୟୋଗ ପକ୍ଷରୁ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ୪ବିଭାଗର ଅଧିକାରୀଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କରାଯାଇଛି। ଆୟୋଗଙ୍କ ଏହି କଡ଼ା ପଦକ୍ଷେପ ପ୍ରଶାସନିକ ମଂଚରେ ଚର୍ଚ୍ଚାକୁ ଜୋର ଦେଇଛି। ସୂଚନା ଅନୁଯାୟୀ ୨୦୨୩ ଅପ୍ରେଲ ୧୦ ତାରିଖରେ ସୂଚନା ଅଧିକାର କର୍ମୀ ଭଦ୍ରକର ବିକାଶ ଧଳ ଧାମନଗର ବ୍ଲକ ଜନ ସୂଚନା ଅଧିକାରୀଙ୍କୁ ଆବେଦନ କରି ‘ମୋ ପୋଖରୀ’ ‘ପ୍ରଧାନମନ୍ତ୍ରୀ/ଇନ୍ଦିରା ଆବାସ’ ‘ମଧୁବାବୁ ପେନସନ(ଭତା)’ ଓ ‘ସ୍ୱଚ୍ଛ ଭାରତ ମିଶନ(ପାଇଖାନା)’ ଯୋଜନାରେ ଗତ ୧୦ ବର୍ଷ ମଧ୍ୟରେ ଉପକୃତ ହୋଇଥିବା ହିତାଧିକାରୀଙ୍କ ସଂପୂର୍ଣ୍ଣ ବିବରଣୀ ଚାହିଁଥିଲେ। କିନ୍ତୁ ନିର୍ଦ୍ଦିଷ୍ଟ ସମୟରେ ତଥ୍ୟ ନ ମିଳିବାରୁ ସେ ୨୦୨୩ ମେ ୨୨ ତାରିଖରେ ପ୍ରଥମ ଅପିଲ ଓ ପରେ ୨୦୨୩ ଜୁଲାଇ ୧୪ ତାରିଖରେ ଦ୍ୱିତୀୟ ଅପିଲ ଆୟୋଗଙ୍କ ଠାରେ ଦାଖଲ କରିଥିଲେ। ଦ୍ୱିତୀୟ ଅପିଲ ସଂଖ୍ୟା (୨୬୯୬/୨୩) ରେ ଆୟୋଗ ମାମଲାକୁ ଗ୍ରହଣ କରି ୨୦୨୫ ନଭେମ୍ବର ୨୭ ତାରିଖରେ ବିଚାର କରିଥିଲେ। ବିଚାର ସମୟରେ ଆବେଦକ ଉପସ୍ଥିତ ଥିବା ବେଳେ ବ୍ଲକ ପକ୍ଷରୁ ଜନ ସୂଚନା ଅଧିକାରୀ, ବିଏସଏସଓ ଯଶୋଦା ସାହୁ ଓ ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ଶର୍ମିଷ୍ଠା ମଲ୍ଲିକ ଉପସ୍ଥିତ ହୋଇଥିଲେ। ସମ୍ପୃକ୍ତ ବିଭାଗମାନଙ୍କୁ ପୁନଃପୁନଃ ଚିଠି ମାଧ୍ୟମରେ ଅବଗତ କରାଯାଇଥିଲେ ମଧ୍ୟ ତଥ୍ୟ ଦାଖଲ ହୋଇନଥିବା ଆୟୋଗଙ୍କ ସୂଚନାଯୋଗ୍ୟ ହୋଇଥିଲା। ଏହା ପରେ ଆୟୋଗ କାରଣ ଦର୍ଶାଅ ନୋଟିସ ଜାରୀ କରିଥିଲେ। ଗତ ଜାନୁଆରୀ ୭ ତାରିଖରେ ଉତର ବିଚାର କରି ଏପିଓ ପୀୟୂଷ ରାଉତ (ଏନଆରଇଜିଏ), ବିପିସି (ରୁରାଲ ହାଉସିଂ) ପ୍ରସାନ୍ତ ବାରିକ୍‌, ଭାରପ୍ରାପ୍ତ ବିଏସଏସଓ ଅରୁଣ ବାସନ୍ତୀଆ ଓ ବିଆରସି (ସ୍ୱଚ୍ଛ ଭାରତ ମିଶନ) ଲକ୍ଷ୍ମୀଧର ରାଉଳଙ୍କୁ ସୂଚନା ଅଧିକାର ଆଇନ ଅବମାନନାରେ ପ୍ରତ୍ୟେକଙ୍କୁ ୪ ହଜାର ଟଙ୍କା ଅର୍ଥଦଣ୍ଡ ଜରିମାନା କରାଯାଇ ମୋଟ ୧୬ ହଜାର ଟଙ୍କା ଦେବାଲାଗି ୧୭ ତାରିଖ ଧାମନଗର ବିଡିଓଙ୍କୁ ନିର୍ଦେଶ ପହଂଚିଛି। ଚିଠି ପାଇବାର ୩୦ ଦିନ ମଧ୍ୟରେ ଜୋରିମାନା ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦିଷ୍ଟ ସମୟରେ ଅର୍ଥ ପୈଠ ନ କରାଗଲେ, ଆସନ୍ତା ମାର୍ଚ୍ଚ ୨୦୨୬ରୁ ସମ୍ପୃକ୍ତ ଅଧିକାରୀଙ୍କ ବେତନରୁ ୨ଟି କିସ୍ତିରେ ଅର୍ଥ ଆଦାୟ କରି ଏହାର ରିପୋର୍ଟ ଆୟୋଗଙ୍କ ରେଜିଷ୍ଟ୍ରାରଙ୍କୁ ଦାଖଲ କରିବାକୁ ବ୍ଲକ ଉନ୍ନୟନ ଅଧିକାରୀ ବନ ବିହାରୀ ଦିନ୍ଦାଙ୍କୁ ଆୟୋଗ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।ସୂଚନା ଅଧିକାର ଆଇନର ପାଳନ ନିମନ୍ତେ ଆୟୋଗଙ୍କ ଏହି ପଦକ୍ଷେପକୁ ବୁଦ୍ଧିଜୀବୀ ମହଲରେ ସ୍ୱାଗତ କରିଥିବା ଦେଖାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.