ଭଦ୍ରକ, ୧୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ବ୍ଲକ୍ ନିମପଲ୍ଲୀ ଗାଁରେ ଥିବା ମା’ କୋହ୍ଲ କୋହ୍ଲଣୀଙ୍କ ପୀଠରେ ୨ଦିବସ ବ୍ୟାପୀ ଅନୁଷ୍ଠିତ ହୋଇଆସୁଥିବା ୫୬ତମ ବାର୍ଷିକୋତ୍ସବ ମହାସମାରୋହରେ ଉଦ୍ଯାପିତ ହୋଇଯାଇଛି । ତେବେ ଗାଁରେ ଥିବା ଆରାଧ୍ୟ ଦେବୀ ମା’ କୋହ୍ଲ କୋହ୍ଲଣୀଙ୍କୁ ଶକ୍ତିର ସ୍ୱରୂପ ଭାବେ ପୂଜା କରାଯାଏ । ଲୋକକଥା ଅନୁସାରେ ମା ଅତ୍ୟନ୍ତ ପ୍ରତ୍ୟକ୍ଷା ଗାଁର ରକ୍ଷାକାରିଣୀ ଦେବୀ ଭାବେ ମନାଯାଇଥାଏ । ଯେଉଁମାନେ ଶ୍ରଦ୍ଧା ଓ ଭକ୍ତିର ସହକାରେ ମା’ ଙ୍କ ପାଖରେ ପ୍ରାର୍ଥନା ଓ ମାନସିକ କରିଥାନ୍ତି ସେମାନଙ୍କର ଦୁଃଖ କଷ୍ଟ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି । ପ୍ରତ୍ୟେକ ବର୍ଷ ମା’ କୋହ୍ଲ କୋହ୍ଲଣୀଙ୍କ ପୀଠରେ ଏହି ଉତ୍ସବକୁ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ମହାସମାରୋହରେ ଏହି ଉତ୍ସବକୁ ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମା’ ଙ୍କୁ ଦର୍ଶନ କରିବା ସହ କରୁଣା ଲାଭ କରିବା ପାଇଁ ଆଖପାଖ ଅଂଚଳରୁ ଶହ ଶହ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଭକ୍ତିମୟ ପରିବେଶ ମଧ୍ୟରେ ଉତ୍ସବ ଉଦ୍ଯାପିତ ହୋଇଥିବା ଦେଖିବାକୁ ମିଳିଛି।








