Home ଜିଲ୍ଲା ପରିକ୍ରମା ଜାହାଙ୍ଗୀର ଶିଶୁ ମନ୍ଦିରର ୧୧ ତମ ବାର୍ଷିକ ଉତ୍ସବ ସମାରୋହ,ଶିକ୍ଷା ଓ ସଂସ୍କାର ଉପରେ ଗୁରୁତ୍ୱ

ଜାହାଙ୍ଗୀର ଶିଶୁ ମନ୍ଦିରର ୧୧ ତମ ବାର୍ଷିକ ଉତ୍ସବ ସମାରୋହ,ଶିକ୍ଷା ଓ ସଂସ୍କାର ଉପରେ ଗୁରୁତ୍ୱ

5

ଭଦ୍ରକ, ୧୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଦଳାଙ୍ଗ ପଂଚାୟତ ଅନ୍ତର୍ଗତ ଜାହାଙ୍ଗୀର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠାନର ୧୧ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ମଙ୍ଗଳବାର ଦିନ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।ଏହି ସଭାରେ ଶିଶୁ ମନ୍ଦିର ର ସଭାପତି ସଞ୍ଜୟ କୁମାର ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ଶିକ୍ଷାବିତ୍ ଗୌରାଙ୍ଗ ବାରିକ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ କରିଥିଲେ। ବିଦ୍ୟାଳୟର ସମ୍ପାଦକ ବିରଜା ପ୍ରସନ୍ନ ରାଉତ ବାର୍ଷିକ ବିବରଣୀ ପାଠ କରି ଅନୁଷ୍ଠାନର ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଖଗେଶ୍ୱର ହାତୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଜିତ ବେହେରା ଅତିଥିମାନଙ୍କୁ ମଂଚ ଆମନ୍ତ୍ରଣ କରିଥିଲେ।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ଆଶୋକ ନାୟକ ଯୋଗ ଦେଇଥିବା ବେଳେ, ମୁଖ୍ୟବକ୍ତା ଭାବେ ଅଧ୍ୟାପକ କିଶୋର କୁମାର ପାଣିଗ୍ରାହୀ ଶିଶୁ ମନ୍ଦିରର ଶିକ୍ଷାଦାନ ପଦ୍ଧତି ଓ ସଂସ୍କାର ଉପରେ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ନିତ୍ୟାନନ୍ଦ ଘଡାଇ,ବିପିନି ବିହାରି ରାଉତ,ଖଗେଶ୍ୱର ତ୍ରୀପାଠୀ,ଶ୍ୟାମ ସୁନ୍ଦର ବାରିକ,ସାମ୍ବାଦିକ ପ୍ରଦୀପ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇ ଶିଶୁମାନଙ୍କର ଶୈକ୍ଷିକ ବିକାଶ ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତାକର୍ଷକ ସ୍ୱାଗତ ନୃତ୍ୟ ଓ ସଙ୍ଗୀତ ଗାନ ପରିବେଷଣ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ପରିଶେଷରେ ଗୁରୁମା ଭାରତୀ ବେହେରା ଧନ୍ୟବାଦ ଅର୍ପଣ କରିବା ପରେ କାର୍ଯ୍ୟକ୍ରମର ସାଙ୍ଗ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.