ଭଦ୍ରକ, ୧୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ମାର୍ଚ୍ଚ ମାସ ଶ୍ରୀରାମ ବିଜୟା ଦଶମୀ ମହୋତ୍ସବକୁ ଭବ୍ୟ ଓ ସୁସଂଗଠିତ ଭାବେ ପାଳନ କରିବା ଉଦ୍ଦେଶ୍ୟରେ ଧାମନଗର ର ଧାମନଗର ଇଣ୍ଡୋର ଷ୍ଟାଡିୟମ ଠାରେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକଟି ଧାମନଗର ଶ୍ରୀ ରାମ ମହାଯଜ୍ଞ ସମିତି ର ଆହ୍ୱାନରେ ସମିତି ସଭାପତି ସରୋଜ ମହାପାତ୍ରଙ୍କ ସଭାପତିତ୍ୱରେ ହୋଇଥିଲା। ବୈଠକରେ ମହୋତ୍ସବର ରୂପରେଖା, କାର୍ଯ୍ୟକ୍ରମ ସୂଚୀ ଓ ବିଭିନ୍ନ ପଂଚାୟତରୁ ମେଢ଼ ବାହାରିବା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ସୂଚନା ଅନୁଯାୟୀ, ମାର୍ଚ୍ଚ ୧୫ ତାରିଖରେ ଜଇନଗର ଛକରୁ ମେଲଣ ପଡିଆ ପର୍ଯ୍ୟନ୍ତ ଗଣଦୌଡ଼ ଆୟୋଜିତ ହେବ। ୨୨ ତାରିଖରେ ୫ ବର୍ଷରୁ ଅଧିକ ବୟସର ଛୋଟ ଛୁଆମାନଙ୍କୁ ନେଇ ‘ବାଲ ବଜରଙ୍ଗୀ’ ସାଇକେଲ ଯାତ୍ରା ବ୍ଲକ ବଜାରରୁ ମେଲଣ ପଡିଆ ପର୍ଯ୍ୟନ୍ତ ହେବ। ୨୭ ତାରିଖ ସନ୍ଧ୍ୟାରେ ଶ୍ରୀରାମ ନବମୀ ଅବସରରେ ଅଧିବାସ ଓ ୧୦୦୧ ମହିଳାଙ୍କ ଦ୍ୱାରା କଳସ ଶୋଭାଯାତ୍ରା ଓ ଯଜ୍ଞ କାର୍ଯ୍ୟକ୍ରମ ୨୮ ଓ ୨୯ ତାରିଖରେ ଯଜ୍ଞ ଲାଗିରହିବ ଓ ୩୦ ତାରିଖରେ ବା ଶେଷଦିନରେ ମହାଆଡମ୍ବରରେ ମେଢ଼ ଶୋଭାଯାତ୍ରା ଓ ପୂର୍ଣ୍ଣାହୁତି ସମ୍ପନ୍ନ ହେବ। ଏହି ମହୋତ୍ସବକୁ କେନ୍ଦ୍ର କରି “ରାମଙ୍କ କର୍ତବ୍ୟ, ଆମର କର୍ତବ୍ୟ” ବିଷୟବସ୍ତୁରେ ସମାଜିକ ଓ ସାଂସ୍କୃତିକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସଭାରେ ସମ୍ମତି ଦିଆଯାଇଛି। ବୈଠକରେ ମନ୍ତ୍ରୀଙ୍କ ନଗର ପ୍ରତିନିଧି କୈଳାସ ଚନ୍ଦ୍ର ମହାପାତ୍ର, ମହେଶ୍ୱର ସ୍ୱାଇଁ, ଗୋହିରାଟିକିରୀ ମଠର ମହନ୍ତ ବାବା ବିଶ୍ୱଧର, ସେନାପତିଆ ଆଶ୍ରମର ମହନ୍ତ ପ୍ରଦୀପ ବାବା, ଚିତରଞ୍ଜନ ଦାଶ, ଅରବିନ୍ଦ ପତି, ଓକିଲ ସଂଘ ସଭାପତି ଅଶୋକ ଦାସ ଓ ସମ୍ପାଦକ ରଞ୍ଜିତ ମହାନ୍ତି, ପ୍ରେସ କ୍ଲବ କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ଜେନା, ନଗର ସଭାପତି ପ୍ରଶାନ୍ତ ପରିଡ଼ା ସହିତ ପ୍ରମୋଦ କୁମାର ସୂତାର, କୈଳାସ ଚନ୍ଦ୍ର ଗୁପ୍ତା, ବିପିନ ବିହାରୀ ପଣ୍ଡା, ଜଗଦୀଶ ପାତ୍ର, କୃଷ୍ଣଚନ୍ଦ୍ର ପତି, ଅଜୟ ବଳ, ନାରାୟଣ ରାଉତ, ମନୋଜ କୁମାର ସିଂ, ସୁରେନ୍ଦ୍ର ସେଠୀ ଓ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।।ଶେଷରେ ନଗର ସଭାପତି ପ୍ରଶାନ୍ତ ପରିଡ଼ା ସମସ୍ତ ଉପସ୍ଥିତ ସଦସ୍ୟ ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଜଣାଇ ବୈଠକର ସମାପନ କରିଥିଲେ।








