Home ଜିଲ୍ଲା ପରିକ୍ରମା ଶିକ୍ଷକ ନିଯୁକ୍ତି ପାଇଁ ଦାବି

ଶିକ୍ଷକ ନିଯୁକ୍ତି ପାଇଁ ଦାବି

7

ଭଦ୍ରକ, ୧୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ସଇଦାବାଦ ଗ୍ରାମସ୍ଥ ଜିଭାରାମ ବିଦ୍ୟାପୀଠ ସରକାରୀ ଉପର ପ୍ରାଥମିକ ବିଦ୍ୟାଳୟରେ ୧୫୦ରୁ ଅଧିକ ଛାତ୍ରଛାତ୍ରୀ ପଢୁଛନ୍ତି । ନିୟମ ଅନୁଯାୟୀ ପ୍ରତି ୩୦ ଛାତ୍ରଛାତ୍ରୀ ପାଇଁ ଜଣେ ଶିକ୍ଷକ ରହିବା ଦରକାର ଥିବା ସତ୍ୱେ ବର୍ତମାନ ମାତ୍ର ୪ ଜଣ ଶିକ୍ଷକ କାର୍ଯ୍ୟରତ ଅଛନ୍ତି । ଏହି ପରିସ୍ଥିତିରେ ପାଠଦାନ କାର୍ଯ୍ୟ ବିଘ୍ନିତ ହେଉଛି ଏବଂ ଛାତ୍ରଛାତ୍ରୀମାନେ ଶିକ୍ଷାରେ ପ୍ରଭାବିତ ହେଉଛନ୍ତି । ଏହି ପରିସ୍ଥିତିରେ ଜିଲ୍ଲା ପ୍ରଶାସନଙ୍କୁ ଅନୁରୋଧ କରାଯାଉଛି ଯେ, ତତ୍କାଳ ଏକ ଟିଚିଂ ଆସିଷ୍ଟାଂଟ (ଟିଚର) ନିଯୁକ୍ତି କରି ବିଦ୍ୟାଳୟର ପାଠଦାନ ବ୍ୟବସ୍ଥା ସୁଚାରୁ ଭାବେ ଚାଲୁ କରାନଗଲେ ଆଗାମୀ ଦିନରେ ଗ୍ରାମବାସୀ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଧାରଣା ଦେବ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.