ଭଦ୍ରକ, ୧୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅନ୍ତର୍ଗତ ରାଣୀତାଲ ଅଂଚଳ ବିଭିନ୍ନ ଶୈବପୀଠରେ ଜାଗର ଯାତ୍ରା ପାଳିତ ହୋଇ ଯାଇଛି। ରାହାଞ୍ଜ ର ରାଜେଶ୍ୱର ମହାଦେବ,କ୍ଷେତ୍ରପାଳ ମହାଦେବ, ରାଣୀତାଲ ବଜାରର ତାଡକେଶ୍ୱର, ସରସତିଆର ସର୍ବେଶ୍ୱର, ଧୀନ୍ଦା ସାହିର ସର୍ବେଶ୍ୱର ମହାଦେବ, ଅସୁରାର ଖେଂଟଶ୍ୱର ମହାଦେବଙ୍କ ଠାରେ ଜାକଜମକ ରେ ଅନୁଷ୍ଠିତ ହୋଇ ଯାଇଛି। ରାହାଞ୍ଜ ରାଜେଶ୍ୱର ମହାଦେବଙ୍କ ଠାରେ ପ୍ରଭାକର ଶୁକ୍ଳଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଜାଗର ଯାତ୍ରା ରାତି ୩ଟାରୁ ଆରମ୍ଭ ହୋଇ ଥିବାଜଣାପଡିଛି। ରାତି ପାହିବା ପୂର୍ବରୁ ସବୁ ମନ୍ଦିରରେ ଶହ ଶହ ଭକ୍ତ ଧାଡିରେ ଥିବା ଦେଖିବାକୁ ମିଳିଥିଲା। ସନ୍ଧ୍ୟାରେ ବିଭିନ୍ନ ମନ୍ଦିରରେ ଦୀପ ଜାଳି ସ୍ତ୍ରୀ ଲୋକ ବସିଥିବା ବେଳେ ଅନେକ ମନ୍ଦିର ପ୍ରାଙ୍ଗଣରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ଦେଖାଯାଇଛି।








