Home ଜିଲ୍ଲା ପରିକ୍ରମା ଚଷାଖଣ୍ଡ ସିଦ୍ଧେଶ୍ୱର ବାବାଙ୍କ ପୀଠରେ ଯାଗର ଯାତ୍ରା ମହାଆଡମ୍ବରରେ ପାଳିତ

ଚଷାଖଣ୍ଡ ସିଦ୍ଧେଶ୍ୱର ବାବାଙ୍କ ପୀଠରେ ଯାଗର ଯାତ୍ରା ମହାଆଡମ୍ବରରେ ପାଳିତ

3

ଭଦ୍ରକ, ୧୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମତୋ ଗ୍ରାମ ପଂଚାୟତ ଚଷାଖଣ୍ଡ ବାବା ସିଦ୍ଧେଶ୍ୱର ଙ୍କ ପୀଠରେ ମହାଆଡମ୍ବରରେ ମହାଶିବରାତ୍ରି ପାଳିତ ହୋଇଯାଇଛି।ବାବା ସିଦ୍ଧେଶ୍ୱର କମିଟି ର ସଦସ୍ୟ ମାନେ କୁନି କୁନି କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାତ୍ରୀ ପ୍ରାୟ ୧୨ ଘଟିକା ସମୟରେ ବାବା ସିଦ୍ଧେଶ୍ୱର ଙ୍କ ଚୁଡ଼ା କୁ ମହାଦୀପ ଉଠାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ଟି ସଭାପତି ସୁଦର୍ଶନ ବେହେରା ଙ୍କ ସଭାପତିତ୍ୱରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ପ୍ରଭାସ ସୁଦର୍ଶନ ମହାନ୍ତି, ସମ୍ମାନିତ ଅତିଥି ରବିନ୍ଦ୍ର ନନ୍ଦି,ରାଜନାରାୟଣ ନାୟକ, ସଜନ ସୁନ୍ଦର ସେଠୀ ଉପସ୍ଥିତ ରହି କୁନି କୁନି ପ୍ରତିଭା ମାନଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନୀତ କରିଥିଲେ।ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଗ୍ରହଣ କରିଥିବା କୁନି କୁନି କଳାକାର ମାନଙ୍କୁ ସିଲ୍‌, ଖାତା,ପେନ ଦେଇ ସମ୍ମାନୀତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.