Home ଜିଲ୍ଲା ପରିକ୍ରମା ଧାନ ମଣ୍ଡିରେ କଂଗ୍ରେସ ଜିଲ୍ଲା ସଭାପତ,ି ସରକାର ଓ ମିଲରଙ୍କ ମଧୁଚନ୍ଦ୍ରିକା ପାଇଁ ଦୁର୍ଦ୍ଦିନରେ ଚାଷୀ

ଧାନ ମଣ୍ଡିରେ କଂଗ୍ରେସ ଜିଲ୍ଲା ସଭାପତ,ି ସରକାର ଓ ମିଲରଙ୍କ ମଧୁଚନ୍ଦ୍ରିକା ପାଇଁ ଦୁର୍ଦ୍ଦିନରେ ଚାଷୀ

4

ଭଦ୍ରକ, ୧୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ଧାନ କିଣାରେ ବ୍ୟାପକ ଅନିୟମିତତା ଦେଖାଦେଇଛି। ସମଗ୍ର ଧାନ କିଣା ବ୍ୟବସ୍ଥା ପ୍ରହସନରେ ପରିଣତ ହୋଇଛି। ରାଜ୍ୟ ବିଜେପି ସରକାର ୮ଶହ ଟଙ୍କା ଇନପୁଟ ସହାୟତା ଦେଉଛନ୍ତି କହି ଲୋକଙ୍କୁ ଭୂଆଁ ବୁଲାଉଛନ୍ତି। ଯେପରି ଭାବେ ସରକାର, ମଣ୍ଡି କର୍ତୃର୍ପକ୍ଷ ଓ ମିଲରଙ୍କ ମଧ୍ୟରେ ଲୁଚକାଳି ଖେଳ ଚାଲିଛି ବା ମଧୁଚନ୍ଦ୍ରିକା ଦେଖିବାକୁ ମିଳୁଛି ତାହା ଅତୀତରେ କେବେ ଦେଖିବାକୁ ମିଳିନଥିଲା। ବିଶେଷକରି ଏବେର ବିଜେପି ସରକାର ଚାଷୀଙ୍କୁ ଶୋଷଣ କରିବାରେ ସବୁ ସୀମା ଅତିକ୍ରମ କରି ସାରିଛନ୍ତି। କଟନୀ ଛଟନୀ ହେବ ନାହିଁ ବୋଲି ପ୍ରଥମେ ସରକାରଙ୍କ ଯୋଗାଣ ମନ୍ତ୍ରୀ ଘୋଷଣା କରିଥିଲେ। କିନ୍ତୁ ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି ନ୍ୟାୟରେ ସବୁ ମଣ୍ଡିରେ ଏହି କଟଣି ଛଟଣି ପ୍ରକ୍ରିୟା ଦିନ ରାତି ଚାଲିଛି। ଚାଷୀଙ୍କ ଠାରୁ ଏଫଏକ୍ୟୁ ମାନର ଧାନ କିଣିବା ଆଳରେ କ୍ୟୁଂଟାଲ ପିଛା ୮ରୁ ୧୦ କେଜି କଟଣି କରିବା ପରେ ପୁଣି ୮ ପ୍ରତିଶତ ଧାନ କଟାଯାଉଛି। ପୁଣି ଗତ ଖରିଫ ଋତୁରେ ଜଣେ ଚାଷୀକୁ ଯେତିକି ଧାନ ଟୋକନ ଦିଆଯାଇଥିଲା, ଚଳିତ ବର୍ଷ ତାହାର ୩ଭାଗରୁ ୧ଭାଗ ଧାନର ଟୋକନ ଦିଆଯାଇଛି। ଫଳରେ ବଳକା ଧାନକୁ ଚାଷୀ କିପରି ବିକି ସେନେଇ ଚିନ୍ତାରେ ପଡ଼ିଛି। ବିଜେପି ସରକାରର ଏହି ଚାଷୀ ମାରଣ ନୀତି ସମଗ୍ର ଚାଷୀକୁଳ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ଯାହାକୁ ନେଇ କଂଗ୍ରେସ ଆରମ୍ଭ କରିଥିବା ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତି କେତେକ ଧାନ ମଣ୍ଡି ବୁଲିବା ଅବସରରେ ଚାଷୀମାନଙ୍କ ସହ ଆଲୋଚନା ପରେ ପ୍ରଶାସନକୁ ଚେତାବନୀ ଦେଇଛନ୍ତି। ସୋମବାର ଜିଲ୍ଲା ସଭାପତି ଶ୍ରୀ ମହାନ୍ତି ପ୍ରଥମେ ରାନ୍ଦିଆ ସୋସାଇଟିରେ ପହଂଚିିଥିଲେ। ସେଠାରେ ପାହାଡ଼ ପରି ଗଦା ହୋଇଥିବା ଧାନ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ପରେ ସେଠାରେ ଧାନ ବିକ୍ରି ଉଦ୍ଦେଶ୍ୟରେ ସେଠାରେ ଉପସ୍ଥିତ ଚାଷୀଙ୍କ ଠାରୁ ସେମାନଙ୍କ ସମସ୍ୟା ପଚାରି ବୁଝିଥିଲେ। ପରେ ମଣ୍ଡି କର୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ତେବେ ମିଲର କମ ଗାଡ଼ି ପଠାଉଥିବାରୁ ଏହା ଗଦା ହୋଇ ରହିଛି ବୋଲି ସଫେଇ ଦେଇଥିଲେ। ପରେ ଶ୍ରୀ ମହାନ୍ତି କାଉପୁର ସୋସାଇଟିରେ ପହଂଚି ସମାନ ପରିସ୍ଥିତି ଦେଖିଥିଲେ। ମାତ୍ର ୨ଟି ମିଲରଙ୍କୁ ଧାନ ଉଠାଇବାକୁ କୁହାଯାଇଥିବାରୁ ଧାନ ଉଠିପାରୁନଥିବା ମଣ୍ଡି କର୍ତୃପକ୍ଷ କହିଥିଲେ। ଶ୍ରୀ ମହାନ୍ତି ଏସମ୍ପର୍କରେ ପ୍ରଶାସନ ସହ ଆଲୋଚନା କରିବେ ବୋଲି କହିଥିଲେ। ମଣ୍ଡି ପରିଦର୍ଶନ ବେଳେ ଜିଲ୍ଲା ସଭାପତି ଶ୍ରୀ ମହାନ୍ତିଙ୍କ ସହ ବରିଷ୍ଠ ନେତା ତଥା ପ୍ରାକ୍ତନ ବ୍ଳକ ସଭାପତି ପିତବାସ ଧଳ, ରାଜୀବ ଗାନ୍ଧୀ ଫାଉଣ୍ଡେସନର ରାଜ୍ୟ ସଂଯୋଜକ ତଥା ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରଦ୍ୟୁମ୍ନ ଦାସ, ଯୁବନେତା ବଳରାମ ରାଉତ୍‌, ନାରୀନେତ୍ରୀ ଶର୍ମିଷ୍ଠା ପଣ୍ଡା, ଜିଲ୍ଲା କଂଗ୍ରେସ କୋଷାଧ୍ୟକ୍ଷ ବିଜୟ ବାରିକ, ହାଡ଼ିବନ୍ଧୁ ବିଶ୍ୱାଳ, ସୋମନାଥ ପତି, ହୃଷିକେଶ ସାହୁ, ମୁକ୍ତିକାନ୍ତ ମହାପାତ୍ର, ମାୟାଧର ରାଉଳ, କୈଳାସ ଜେନା, ନୀଳମଣି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.