Home ଜିଲ୍ଲା ପରିକ୍ରମା ବାବା କପିଳ ମୁନିଙ୍କ ବାର୍ଷିକ ଉତ୍ସବ ଧୁମଧାମରେ ପାଳିତ

ବାବା କପିଳ ମୁନିଙ୍କ ବାର୍ଷିକ ଉତ୍ସବ ଧୁମଧାମରେ ପାଳିତ

21

ଭଦ୍ରକ, ୧୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ପଂଚାୟତ ପଳିକିରି ଗ୍ରାମରେ ବାବା କପିଳ ମୁନିଙ୍କ ବାର୍ଷିକ ପୂଜା ଉତ୍ସବ ଧୂମଧାମରେ ପାଳିତ ହୋଇଛି। ପ୍ରତିବର୍ଷ କୁମ୍ଭ ସଙ୍କ୍ରାନ୍ତିରୁ ଆରମ୍ଭ ହୋଇ ତିନି ଦିନ ଧରି ଚାଲିଥିବା ଏହି ଉତ୍ସବ ଆଜି ବିଧିବଧ ଭାବେ ପୂର୍ଣ୍ଣାହୁତି ଶେଷ ହୋଇଛି। ୬୦ ବର୍ଷରୁ ଉର୍ଦ୍ଧ ଏହିପୀଠରେ ଉତ୍ସବ ଅବସରରେ ପୂଜା, ପାଠ, ହୋମ ଓ ଯଜ୍ଞାଦି କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି। ଏଥିରେ ସହ ସହ ସଂଖ୍ୟାର ଗ୍ରାମବାସୀ ଓ ପାଶ୍ୱର୍ବର୍ତୀ ଅଂଚଳର ଭକ୍ତମାନେ ସାମିଲ ହୋଇ ବାବାଙ୍କ ଦର୍ଶନ କରିଥିଲେ। ଗ୍ରାମରେ ଏକତା, ଶ୍ରଦ୍ଧା ଓ ଆନନ୍ଦର ମାହୋଲ ଦେଖାଯାଇଥିଲା। ଏହାର ଇତିହାସ କୁହେ; ପୂର୍ବରୁ ଏହି ସ୍ଥାନ ଘନ ଜଙ୍ଗଲାଂଚଳ ଥିଲା। ଏଠାରେ ଏକ ବେଲ ଗଛ ଥିଲା। ଗ୍ରାମର ପୂର୍ଣ୍ଣଚନ୍ଦ୍ର ପତିଙ୍କୁ ସପ୍ନାଦେଶ ପରେ ସେହିଠାରେ ବାବାଙ୍କ ଆବିର୍ଭାବ ହୋଇଥିବା ବିଶ୍ୱାସ ରହିଛି। ଗ୍ରାମବାସୀଙ୍କ ସାମୁହିକ ସହଯୋଗରେ ପ୍ରଥମେ ନିର୍ମିତ ଛୋଟ ମନ୍ଦିର ବର୍ତମାନ ଏକ ପରିଚିତ ଧାର୍ମିକ ସ୍ଥଳ ଭାବେ ବିକାଶ ପାଇଛି। ଲୋକବିଶ୍ୱାସ ଅନୁଯାୟୀ, ବାବାଙ୍କ ପୀଠରେ ମାନସିକ କଲେ ମନୋକାମନା ସଫଳ ହୁଏ। ବିଶେଷକରି ପିଲା ଛୁଆ ପାଇଁ ମାନସିକ କରୁଥିବା ଭକ୍ତମାନଙ୍କ ଆସ୍ଥା ଏହି ପୀଠକୁ ଅଂଚଳରେ ଏକ ବିଶେଷ ପରିଚୟ ଦେଇଆସୁଛି। ବାର୍ଷିକ ଉତ୍ସବ ପୀଠର ଐତିହାସିକତା ଓ ଆଧ୍ୟାତ୍ମିକ ପରମ୍ପରାକୁ ଅଧିକ ଉଜାଗର କରିଛି। ଏଥିରେ ନଟବର ଦାଶ, ପ୍ରଫୁଲ୍ଲ ଦାଶ, କରୁଣାକର ଦାଶ, ଚକ୍ରଧର ଦାଶ, ବିଷ୍ଣୁ ଚରଣ ଦାଶ, ମିନକେତନ ନାୟକ, ଗୌରାଙ୍ଗ ଦାଶ, ପର୍ଶୁରାମ ପତି, ଅଶ୍ୱିନୀ ଦାଶ, ରମଣୀ ରଞ୍ଜନ ଦାଶ, ଦିଲ୍ଲୀପ ଦାଶ, ରମେଶ ଚନ୍ଦ୍ର ମିଶ୍ର ପ୍ରମୁଖ ସହଯୋଗ କରିଥାନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.