ଭଦ୍ରକ, ୧୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ରହଣିଆ ପଂଚାୟତ ଆକୁଲିକଣା ବାବା ବରୁଣେଶ୍ୱର ମହାଶିବରାତ୍ରି ଧୁମ୍ ଧାମରେ ପାଳନ କରାଯାଇଛି। ଭଦ୍ରକ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉତ୍କଳ ଫାଉଣ୍ଡେସନ ତରଫରୁ ୧୫୦୦ ଲୋକଙ୍କୁ ଦହି ସର୍ବତ ବଂଟନ କରାଗଲା। ପ୍ରତିବର୍ଷ ପରି ବରୁଣଶ୍ୱର ଶ୍ରଦ୍ଧାଳୁ କୁ ତୃଷ୍ଣା ମେଂଟାଇବା ଉତ୍କଳ ଫାଉଣ୍ଡେସନ ଲକ୍ଷ୍ୟ, ଉତ୍କଳ ଫାଉଣ୍ଡେସନ ପ୍ରତିଷ୍ଠାତା ତ୍ରିଲୋଚନ ଦ୍ୱାରା ପରିଚାଳନା କରାଯାଇଥିଲା। ସମାଜସେବୀ ଅକ୍ଷୟ ସାହୁ ଙ୍କ ଦ୍ୱାରା ଉଦଘାଟନ ହୋଇଥିଲା, ସୁଶାନ୍ତ ସାମଲ, ଦେବଦ୍ର କୁମାର ବରାଳ, ନଗେନ୍ଦ୍ର ଧଳ ପ୍ରଶାନ୍ତ କୁମାର ସ୍ୱାଇଁ , କିର୍ତନ ଧଳ ଉତ୍ସାହିତ କରିଥିଲେ। ଉତ୍କଳ ଫାଉଣ୍ଡେସନର ସମସ୍ତ ସଦସ୍ୟ ସୋମ୍ୟରଞ୍ଜନ ସାହୁ, ଶିବାନୀ ସଙ୍କର ସ୍ୱାଇଁ, ସତ୍ୟଜିତ ରାଉତ, ନିତ୍ୟାନନ୍ଦ ଜେନା , ପ୍ରତାପ ନାୟକ ପ୍ରମୁଖ କାର୍ଯ୍ୟକ୍ରମ କୁ ସମ୍ପାଦନା କରିଥିଲେ।








