Home ଜିଲ୍ଲା ପରିକ୍ରମା କେନ୍ଦ୍ର ବଜେଟ୍‌ରେ ଯାଜପୁର-ଭଦ୍ରକ-କେନ୍ଦ୍ରାପଡା ପ୍ରତି ବୈମାତୃକ ମନୋଭାବ

କେନ୍ଦ୍ର ବଜେଟ୍‌ରେ ଯାଜପୁର-ଭଦ୍ରକ-କେନ୍ଦ୍ରାପଡା ପ୍ରତି ବୈମାତୃକ ମନୋଭାବ

8

ଭଦ୍ରକ, ୧୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯାଜପୁର ଶାନ୍ତି ମଣ୍ଡପରେ ଅନୁଷ୍ଠିତ ବୈଠକରେ ଜନମନର ଅସନ୍ତୋଷ ଫୁଟି ଉଠିଛି। ରେଳବୋର୍ଡ ମଞ୍ଜୁରୀ ପାଇଥିବା ସତ୍ୱେ ମଧ୍ୟ କେନ୍ଦ୍ର ବଜେଟରେ ବ୍ୟୟବରାଦ ନ ହେବା ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ା ଲୋକଙ୍କ ଆଶା ସହ ଏକ ପ୍ରକାର ପ୍ରତାରଣା ବୋଲି ମତ ପ୍ରକାଶ ପାଇଛି। ଅଂଚଳର ଉନ୍ନତି, ଚାକିରି ଓ ବାଣିଜ୍ୟର ଜୀବନରେଖା ଭାବେ ଦେଖାଯାଉଥିବା ଏହି ରେଳପଥ ପାଇଁ ଏବେ ସାମୁହିକ ଆନ୍ଦୋଳନ ହେବ ବୋଲି ସଂକଳ୍ପ ଗ୍ରହଣ କରାଯାଇଛି। ସଂଗ୍ରାମ ସମିତି ଆବାହକ ସନ୍ତୋଷ ଦାସଙ୍କ ଅଧ୍ୟକ୍ଷତାରେ ଯାଜପୁର ବିଧାୟିକା ସୁଜାତା ସାହୁ, ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ, ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସିପିଆଇ(ଏମ) ନେତା ତଥା ବରିଷ୍ଠ ଅଧିବକ୍ତା ଦିବ୍ୟସିଂହ ନାୟକଙ୍କ ସହ ଅନେକ ବୁଦ୍ଧିଜୀବୀ ଓ ସଦସ୍ୟ ଯୋଗଦେଇ ଆଗାମୀ କାର୍ଯ୍ୟକ୍ରମ ପାଇଁ ଏକ ସ୍ୱରରେ ଦୃଢ଼ ସଙ୍କଳ୍ପ ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.