ଭଦ୍ରକ, ୧୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ପଂଚାୟତ ସମିତିର ଅଷ୍ଟମ ବୈଠକ ବୁଧବାର ପଂଚାୟତ ସମିତି ସଭାଗୃହରେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ପଂଚାୟତରେ ୮୯୩ କୋଟି ଟଙ୍କା ଖର୍ଚ୍ଚ କରାଯାଇ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମିତ ହୋଇଥିଲା ।ତେବେ ଇତିମଧ୍ୟରେ ୬ ବର୍ଷ ବିତିଯାଇଥିଲେ ମଧ୍ୟ କେତକ ପଂଚାୟତରେ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ପାରିନଥିବା ନେଇ ବିଠକରେ ସରଗରମ ଆଲୋଚନା ହୋଇଥିଲା।ଜଳ ପରିମଳ ବିଭାଗ ବ୍ଲକ ସହକାରୀ ଯନ୍ତ୍ରୀ ମଧୁସ୍ମିତା ବେହେରା ପାନୀୟ ଜଳ ନେଇ ସୂଚନା ଦେବା ବେଳେ ମେଗା ପ୍ରକଳ୍ପ କାର୍ଯ୍ୟକାରିତାରେ ଅବହେଳା ନେଇ ଅଭିଯୋଗ ହୋଇଥିଲା । ବହୁ ପଂଚାୟତର ଗ୍ରାମକୁ ପ୍ରକଳ୍ପରୁ ପାନୀୟ ଜଳ ଯୋଗାଣ ହୋଇପାରିନଥିବା କୁହାଯାଇଥିଲା। ଏପରି ଦାୟିତ୍ୱହୀନତାକାର୍ଯ୍ୟ ପାଇଁ ବିଧାୟକ ଡ. ବ୍ୟୋମକେଶ ରାୟ କ୍ଷୋଭ ପ୍ରକାଶ କରିବା ସହ କାର୍ଯ୍ୟ ଦାୟିତ୍ୱରେ ଥିବା କମ୍ପାନୀ ୯୫ପ୍ରତିଶତ ବିଲ ଉଠାଇ ନେଇଥିବା ସେ କହିଥିଲେ। ତେବେ କମ୍ପାନୀ କର୍ତୃପକ୍ଷଙ୍କୁ ଅବଗତ କରି ଏକ ସ୍ୱତନ୍ତ୍ର ବୈଠକ ମାଧ୍ୟମରେ ଏ ସମ୍ପର୍କରେ ଆଲୋଚନା କରିବାକୁ ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ ପରାମର୍ଶ ଦେବାସହ ଖରାଦିନ ପୂର୍ବରୁ ଲୋକମାନେ କିପରି ପାଣି ପାଇ ପାରିବେ ସେଦିଗରେ ପଦକ୍ଷେପ ନେବାକୁ ସେ କହିଥିଲେ । ପୀରହାଟସ୍ଥିତ କାନପୁର ସେବାଶ୍ରମର ଏକ ଗୃହର ଛାତ ଉପରେ ୧୧କେଭି ବିତ୍ୟୁତ ତାରକୁ ସ୍ଥାନାନ୍ତର କରିବାକୁ ସମିତିସଭ୍ୟ ଜୟପ୍ରକାଶ ମଲିକ ଦାବି ରଖିଥିଲେ। ଗୁଆମାଳ ପଂଚାୟତର ମସୁଆପାଳ ପ୍ରକଳ୍ପ ପ୍ରାଥମିକ ସ୍କୁଲରେ ବିଦ୍ୟୁତ ସଂଯୋଗ ହୋଇନଥିବା ସରପଂଚ ମାମିନା ଜେନା କହିଥିଲେ । ସେହିପରି ସୟା ପଂଚାୟତର ମଥୁରାପୁର ଠାରେ ରାସ୍ତାରେ ବିଦ୍ୟୁତ ଟ୍ରାନ୍ସଫର୍ମର ଥିବା ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ ଦର୍ଶାଇବା ସହ ତୁରନ୍ତ ବିପଦସଙ୍କୁଳ ଅବସ୍ଥାରେ ଥିବା ଟ୍ରାନ୍ସଫର୍ମରଗୁଡି଼କୁ ଉଠାଇବାକୁ ବିଭାଗୀୟ ଏସଡ଼ିଓ ପ୍ରକାଶ ସାହୁଙ୍କୁ ପରାମର୍ଶ ଦେଇଥିଲେ । ତିହିଡି଼ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡା. ଶୁଭକାନ୍ତ ଓଝା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଦେବା ବେଳେ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପଦବୀ ଖାଲି ପଡିଥିବା ନେଇ ବୈଠକରେଉଦବେଗ ପ୍ରକାଶ ପାଇଥିଲା। ବିଶେଷଭାବେ ଡାକ୍ତର ଖାନାରେ ଶିଶୁ ବିଶେଷଜ୍ଞ ନରହିବା ଉପରେ ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ ଗୁରୁତ୍ୱ ଦେଇଥିଲେ । ଏହାଛଡ଼ା ଡାକ୍ତରଖାନାରେ ରୋଗୀମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ସରପଂଚ ଶୁଭ୍ର ନାରାୟଣ ସେଠୀ ଅଭିଯୋଗ କରିଥିଲା ବେଳେକିଛି ସ୍ୱାସ୍ଥ୍ୟ କର୍ମଚାରୀ ସେହି ଖାଦ୍ୟ ଖାଉଥିବା ସମିତିସଭ୍ୟ ଶୁକଦେବ ମଲିକ କହିଥିଲେ । ଏଥିସହ ବହୁ ଅର୍ଥ ବିନିମୟରେ ନିର୍ମିତ ସ୍ୱାସ୍ଥ୍ୟ ଉପକେନ୍ଦ୍ର ନୂତନ ଗୃହ ହସ୍ତାନ୍ତର କରାଯାଉ ନଥିବାରୁ ଏହା କାର୍ଯ୍ୟରେ ନଲାଗି ପଡ଼ି ରହିଥିବା ଜିଲା ପରିଷଦ ସଭ୍ୟା ସୁଶ୍ରୀ ବିଦ୍ୟୁତଲତା ନାୟକ ଦର୍ଶାଇଥିଲେ । ତେବେ ହସ୍ତାନ୍ତର ଦିଗରେ ପଦକ୍ଷେପ ନିଆଯିବ ବୋଲି ବିଡ଼ିଓ ନିରଞ୍ଜନ ବାରିକ ସୂଚନା ଦେଇଥିଲେ । ବ୍ଲକର ବିଭିନ୍ନ ସ୍କୁଲରେ ୨୩୧ଜଣ ଶିକ୍ଷକଙ୍କ ଅଭାବ ଥିବା ଏବଂ ମାର୍ଚ୍ଚ ୩୧ରେ ୬୪ଜଣ ଶିକ୍ଷକ ଅବସର ନେବାକୁ ଥିବାରୁ ଏହିସଂଖ୍ୟା ୨୯୫ରେ ପହଂଚିବ ବୋଲି ବ୍ଲକ ଶିକ୍ଷାଧିକାରିଣୀ ସୂର୍ଯ୍ୟଶିଖା ମହାନ୍ତି ସୂଚନା ଦେଇଥିଲେ । ତିହିଡି ବ୍ଲକରୁ ଅନ୍ୟ ବ୍ଲକକୁ ଶିକ୍ଷକଙ୍କୁ ବଦଳି ନକରିବା ପାଇଁ ବିଧାୟକ ଡ. ରାୟ ପରାମର୍ଶ ଦେଇଥିଲେ। ମଙ୍ଗଳପୁର ଓ କାଁପଡ଼ା ପଂଚାୟତର ୨ଟି ସ୍କୁଲରେ ଶିକ୍ଷକ ଅଭାବ ଥିବା ସରପଂଚ ପୁଷ୍ପାଞ୍ଜଳି ଲେଙ୍କା ଓ ସରପଂଚ କୁନ୍ତଳା ମଲିକ ଅଭିଯୋଗ କରିଥିଲେ । ତେବେ ଏ ସମ୍ପର୍କରେ ଉଚ୍ଚ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ରଘୁନାଥ ପାତ୍ର ପରାମର୍ଶ ଦେଇଥିଲେ । ମହିଳା ଓ ଶିଶୁ ବିକାଶ ଯୋଜନାରେ ତାଳପଦା ଓ ମହରମପୁର ପଞ୍ଚାୟତରେ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣରେ ବିଳମ୍ବ ହେଉଥିବା ନେଇ ସମିତିସଭ୍ୟ ଚିନ୍ତାମଣି ଦାସ ଓ ସରପଂଚ ତାପସ ବେହେରା ଅଭିଯୋଗ କରିଥିଲେ । ତେବେ ବ୍ଲକରେ ମୋଟ ୩୦୪ ଅଙ୍ଗନୱାଡି କେନ୍ଦ୍ର ଥିବାବେଳେ ୯୬କେନ୍ଦ୍ରରେ ନିଜସ୍ୱ ଗୃହ ନଥିବା ସିଡ଼ିପିଓ ବାସନ୍ତୀ ନାଏକ ସୂଚନା ଦେଇଥିଲେ । ତେବେ ତନ୍ମଧ୍ୟରୁ ୩୦ଟି କେନ୍ଦ୍ର ନିର୍ମାଣାଧୀନ ଥିବା ବେଳେ ୩୦ଟି କେନ୍ଦ୍ର ନିର୍ମାଣ ପାଇଁ ଜାଗା ଚିହ୍ନଟ ହୋଇଥିବା ବିଡ଼ିଓ ବାରିକ ସୂଚନା ଦେଇଥିଲେ । ତେବେ ଅବଶିଷ୍ଟ ୩୬କେନ୍ଦ୍ର ନିର୍ମାଣ ପାଇଁ ଜାଗା ଚିହ୍ନଟ ଦିଗରେ ପଦକ୍ଷେପ ନେବାକୁ ବିଧାୟକ ଡ଼..ରାୟ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟଙ୍କୁ ପରାମର୍ଶ ଦେଇଥିଲେ । ଜୀବିକା ମିଶନର କାର୍ଯ୍ୟକ୍ରମ ସମ୍ପର୍କରେ ଅଧ୍ୟକ୍ଷାଙ୍କୁ ଅବଗତ ଦିଆ ଯାଉନଥିବା ନେଇ ସେ ଅଭିଯୋଗ କରିଥିଲେ । ସେହିପରି ଗ୍ରାମସଭାରେ ପ୍ରକଳ୍ପ ସଂଯୋଗ ହେଉ ନଥିବାରୁ ପ୍ରକଳ୍ପ ସମ୍ପର୍କରେ ଜାଣିବାକୁ ମିଳୁନଥିବା ସରପଂଚ ସୁପ୍ରଭା ପାଣି ଅଭିଯୋଗ କରିଥିଲେ । ଏହାଛଡ଼ା ବାରୋ ପଞ୍ଚାୟତରେ ନାଳିଆ ସଂସ୍କାର, କୁମ୍ଭ ମେଳଣ ପଡ଼ିଆ ଆଲୋକୀକରଣ ପାଇଁ ସରପଂଚ ଭାରତୀ ମଲିକ ଦାବି ଜଣାଇଥିଲେ । ମଂଚରେ ଉପାଧ୍ୟକ୍ଷା ସୁଭଦ୍ରା ଶଥପଥୀ ଉପସ୍ଥିତ ଥିବାବେଳେ ସାମାଜିକ ସୁରକ୍ଷାଧିକାରୀ ନିହାର ରଞ୍ଜନ ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭ୍ୟ ଅମୂଲ୍ୟ ମାଝୀ, ରୁଜାତା ପଣ୍ଡା,ସୁମତି ସେଠୀ,ସରପଞ୍ଚ ପ୍ରଦୀପ ବଳ, ସଞ୍ଜୀବ ବେହେରା, ଯଶୋଦା ମଲ୍ଲିକ, ଚକ୍ରଧର ଦାସ,ରିତାଞ୍ଜଳି ଶଥପଥୀ,ଗୌରୀ ପାଣିଗ୍ରାହୀ,ଜୟଶ୍ରୀ ବେହେରା,କୁନ୍ତଳା ମଳିକ, ଅଜୟ ମହାନ୍ତି,ପ୍ରଶାନ୍ତ ବିଶ୍ୱାଳ,ନିହାରିକା ବିଶ୍ୱାଳ,ଜୟଶ୍ରୀ ବେହେରା,ସମିତିସଭ୍ୟ ପ୍ରିୟବନ୍ଧୁ ମାଝୀ ,ଜୀବନଜ୍ୟୋତି ପଲାଇ, ତିଳୋତମା ବେହେରା,ମଧୁସ୍ମିତା ରାଉତ,ଦେବେନ୍ଦ୍ର ଦାସ,ଭାଗିରଥି ମଳିକ,ଧର୍ମାନନ୍ଦ ବେହେରା,ପ୍ରମୁଖଙ୍କ ସମେତ ସମସ୍ତ ପିଆରଆଇ ସଦସ୍ୟ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁକାନ୍ତ ମିଶ୍ର,ସହକାରୀ ଯନ୍ତ୍ରୀ ଭୀଷ୍ମଦ୍ୱେ ଶଥପଥୀ ଓ ତନୁଜା ମିଶ୍ର,କନିଷ୍ଠ ଅଲେଖ ତିର୍କୀ,ଭରତ ବିଶ୍ୱାଳ,ଜଳ ଓ ପରିମଳ ସହକାରୀ ଯନ୍ତ୍ରୀ ମାନସୀ ମହାପାତ୍ର,ଆର ଡ଼ି ଭାରପ୍ରାପ୍ତ ଏସ୍ଡ଼ିଓ ଅଖିଳ କୁମାର ହରିଚନ୍ଦନ,କନିଷ୍ଠ ଯନ୍ତ୍ରୀ କୃତିବାସ ମହାପାତ୍ର,ଲଳିତ ନାୟକ, ପ୍ରାଣିଚିକିତ୍ସା ଅଧିକାରୀ ଡା. ନିରାକାର ଜେନା,ଯୋଗାଣ ନିରୀକ୍ଷକ ପ୍ରୀତିଶ ସାମଲ, ଡାକ୍ତରଖାନା ବିତୀୟ ଅଧିକାରୀ ବିପ୍ଳବ ରଞ୍ଜନ ପତି ପ୍ରମୁଖ ବୈଠକରେ ଯୋଗଦେଇ ସୂଚନା ପ୍ରଦାନ କରିଥିଲେ।ବ୍ଲକର ମୀନକେତନ ବାରିକ,ଡ଼ବ୍ଲ୍ୟୁଓ ସୌମ୍ୟାସୁଚରିତା ମହାନ୍ତି,ପିଇଓ ଡ଼. ଅରୁଣ ପଣ୍ଡା,ଦୀନବନ୍ଧୁ ମହାନ୍ତି,ଏପିଓ କାମିନୀ ଲତା ଓଝା,ବିପିସି କୌଶିକ ଗିରି,ଏନଆରଜିଏସ ସହକାରୀ ସୁଧାଂଶୁ ଶେଖର ନାୟକ ,କନିଷ୍ଠ କିରାଣୀ କମଳାକାନ୍ତ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Home ଜିଲ୍ଲା ପରିକ୍ରମା ତିହିଡି଼ ପଂଚାୟତ ସମିତିର ଅଷ୍ଟମ ସାଧାରଣ ଅଧିବେଶନ, ଖରାଦିନ ପୂର୍ବରୁ ପାନୀୟଜଳ ଯୋଗାଇବା ଉପରେ ଗୁରୁତ୍ୱ







