Home ଜିଲ୍ଲା ପରିକ୍ରମା ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ହରିହର ଭେଟ ପାଇଁ ପ୍ରସ୍ତୁତି ବୈଠକ

ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ହରିହର ଭେଟ ପାଇଁ ପ୍ରସ୍ତୁତି ବୈଠକ

4

ଭଦ୍ରକ, ୧୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକସ୍ଥ ଶ୍ରୀ ବାଳଗୋପାଳ ମନ୍ଦିର ପରିସରରେ ‘ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତି ର ଏକ ବୈଠକ ସମିତିର ମୁଖ୍ୟ ପରିଚାଳକ ପଣ୍ଡିତ୍ ଭାଗୀରଥି ନନ୍ଦଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀ ଜଗନ୍ନାଥଙ୍କ ସ୍ମୃତିପାଠ ପୂର୍ବକ ବାର୍ଷିକ ପ୍ରତିଷ୍ଠା ସମାରୋହର ଆୟବ୍ୟୟ ପାଠ କରାଯାଇ ଗୃହୀତ ହୋଇଥିଲା। ଏଥିରେ ଆସନ୍ତା ୧୫.୦୨.୨୦୨୬ ରିଖ ମହାଶିବରାତ୍ରୀ ଜାଗର ସମାରୋହରେ ଭଦ୍ରକର ପ୍ରସିଦ୍ଧ ଶୈବପୀଠ ବାବା ଶ୍ରୀ ଶ୍ରୀ ଆଖଣ୍ଡଳମଣୀ ପୀଠରେ ପତ୍ର ସମିତି ପକ୍ଷରୁ ଏକ ଅସ୍ଥାୟୀ ମଣ୍ଡପରେ ହରିହରଙ୍କ ସ୍ତୁତୀ, ଭଜନ, କୀର୍ତନ, ପ୍ରବଚନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର କରାଯାଇଥିଲା। ଅନ୍ୟ ଏକ ପ୍ରସ୍ତାବରେ ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦ ଅନଲାଇନ ମାଧ୍ୟମରେ ବିକ୍ରି କରାଯାଉଥିବା ସମ୍ବାଦ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇ ଆସୁଥିବାରୁ ସମିତି ପକ୍ଷରୁ ଏହାକୁ ଘୋର ବିରୋଧ କରାଯିବା ସଂଗେ ସଂଗେ ଏ ସଂପର୍କରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀମନ୍ଦିର ପରିଚାଳନା କର୍ତୃପକ୍ଷ ଓ ସଭାପତି ଠାକୁର ରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ମହାରାଜ ତଥା ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲା। ଏହା ବ୍ୟତିତ ଶ୍ରୀମନ୍ଦିର ନିସିଦ୍ଧା ଅଂଚଳରେ ଡ଼୍ରୋନ ଉଡ଼ିବା, ମୋବାଇଲ ବ୍ୟବହାର କରାନଯିବାକୁ ଦୃଢ଼ଦାବୀ କରାଯାଇଥିଲା। ଏହି ବୈଠକରେ ମୁଖ୍ୟ ଆବାହକ ଶରତ କୁମାର କର, ନାରାୟଣ ଚନ୍ଦ୍ର ପ୍ରଧାନ, ପ୍ରଶାନ୍ତ କୁମାର ଦେ, ଉମେଶ ଚନ୍ଦ୍ର ମହାପାତ୍ର, ଲକ୍ଷ୍ମୀଧର ଖଟୁଆ କାଳନ୍ଦିଚରଣ ପାଣିଗ୍ରାହୀ, ବାବୁଲାଲ ଦାସ ସମେତ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.