Home ଜିଲ୍ଲା ପରିକ୍ରମା ବଜେଟ ୨୦୨୬ ଉପଲକ୍ଷେ ଭାଜପା କୃଷକ ମୋର୍ଚ୍ଚାର କୃଷକ ସମ୍ବାଦ

ବଜେଟ ୨୦୨୬ ଉପଲକ୍ଷେ ଭାଜପା କୃଷକ ମୋର୍ଚ୍ଚାର କୃଷକ ସମ୍ବାଦ

3

ଭଦ୍ରକ, ୧୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -କେନ୍ଦ୍ରୀୟ ବଜେଟ–୨୦୨୬ ଉପଲକ୍ଷେ ଭଦ୍ରକ ଜିଲ୍ଲା ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ଚାନ୍ଦବାଲି ଦୁର୍ଗାପଡ଼ିଆଠାରେ ବୁଧବାର ବିଶାଳ “କୃଷକ ସମ୍ବାଦ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ହଜାର ହଜାର ଚାଷୀଙ୍କ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଶୋକ କୁମାର ରାଉଳଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶୁଭ୍ରାଂଶୁ ମୋହନ ପାଢ଼ୀ ଯୋଗଦେଇ କେନ୍ଦ୍ରୀୟ ବଜେଟରେ କୃଷି କ୍ଷେତ୍ର ପାଇଁ ହୋଇଥିବା ଆବଂଟନ ବୃଦ୍ଧି, ପ୍ରଯୁକ୍ତି ଓ ଡିଜିଟାଲ ସଶକ୍ତିକରଣ, ଉଚ୍ଚ ମୂଲ୍ୟ ଓ ବିବିଧ କୃଷି, ସହଯୋଗୀ କ୍ଷେତ୍ରର ବିକାଶ, କୃଷି ଋଣ ସୁବିଧା, ବଜାର ପ୍ରବେଶ ଓ ଭ୍ୟାଲୁ ଚେନ ସୁଦୃଢୀକରଣ, ଫସଲ ବୀମା, କୃଷକ କଲ୍ୟାଣ ଯୋଜନା, ପ୍ରାକୃତିକ କୃଷି ଓ ଗବେଷଣା-ପ୍ରସାର ଆଦି ବିଷୟରେ ବିସ୍ତୃତ ଅଲୋଚନା କରିଥିଲେ। ସେ କହିଥିଲେ ଯେ, ଏହି ବଜେଟ ମାଧ୍ୟମରେ କୃଷକମାନେ ଫସଲ, ପାଣିପାଗ, ବଜାର ଓ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ବ୍ୟକ୍ତିଗତ ପରାମର୍ଶ ପାଇ ସ୍ୱାବଲମ୍ବୀ ହୋଇପାରିବେ। ରାଜ୍ୟ କୃଷକ ମୋର୍ଚ୍ଚା ର ସଭାପତି ଚାନ୍ଦବାଲି ପହଂଚିବା ପରେ ଦଳୀୟ କର୍ମୀମାନେ ଚାନ୍ଦବାଲି ବଜାରରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ସଦର ମୋହକୁମାରେ ଅବସ୍ଥିତ ମହାପୁରୁଷମାନଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟାର୍ପଣ କରି ସଭାସ୍ଥଳକୁ ଆସିଥିଲେ। ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ଉପେନ୍ଦ୍ର କୁମାର ରାଉଳ କାର୍ଯ୍ୟ କ୍ରମ ଟିକୁ ସଂଯୋଜନା କରିଥିଲେ। କୃଷକ ମୋର୍ଚ୍ଚା ର ସାଧାରଣ ସମ୍ପାଦକ ଉପେନ୍ଦ୍ର ଭଞ୍ଜ, ରାଜ୍ୟ ସୋସିଆଲ ମିଡିଆ ସଂଯୋଜକ ବିକାଶ ପାଢ଼ୀ, ରାଜ୍ୟ ସଂଯୋଜକ ଶିବ ମିଶ୍ର, ପୂର୍ବତନ ଜିଲ୍ଲା ସଭାପତି ମଙ୍ଗରାଜ ନାୟକ, ସାଧାରଣ ସମ୍ପାଦକ ସ୍ୱଦେଶ ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ କମଳାକାନ୍ତ ସୂତାର, ପୂର୍ଣ୍ଣଚନ୍ଦ୍ର ପାଣି, ଜୋନ ସଭାପତି ଚନ୍ଦନ ବଳ, କାଁହୁଚରଣ ବେହେରା,ପ୍ରବୀର ରାଉତ, ସରପଂଚ ଦିଲ୍ଲୀପ ରାଉତ, ସୁଶାନ୍ତ ପୁହାଣ, , କେଶବ ବେହେରା, ସନ୍ତୋଷ ବାରିକ, ତ୍ରିଲୋଚନ ବେହେରା,ଜୁବୁଲା ମହାନ୍ତି, ଗୌରହରି ରାଉତ, କିଶ୍ୱର ଦାସ, ମଳୟ ନାୟକ, ଅଶୋକ ରାୟ,ସୋସିଆଲ ମିଡିଆ ସଂଯୋଜକ ଅଶୋକ ରାଉତ, ଉଦୟ କେତନ ବିଶ୍ୱାଳ ଓ ମିଡିଆ ସେଲର କିଷାନ ପାତ୍ର ଙ୍କ ସହ ଅନେକ କର୍ମୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ କୃଷକମାନଙ୍କ ସହ ପ୍ରଶ୍ନୋତର ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.