Home ଜିଲ୍ଲା ପରିକ୍ରମା କାଣ୍ଡବା ନୋଡାଲରେ ବାର୍ଷିକ ଉତ୍ସବ

କାଣ୍ଡବା ନୋଡାଲରେ ବାର୍ଷିକ ଉତ୍ସବ

3
filter: 0; fileterIntensity: 0.000000; filterMask: 0; captureOrientation: 0; niceRunStatus: 1; hdrForward: 4; shaking: 0.000000; highlight: 0; algolist: 0; multi-frame: 1; brp_mask: 0; brp_del_th: 0.0000,0.0000; brp_del_sen: 0.0000,0.0000; delta:1; bokeh:1; ispap:1; papproctime: 2026:02:11 12:41:03; module: photo;hw-remosaic: false;touch: (-1.0, -1.0);sceneMode: 12582912;cct_value: 0;AI_Scene: (-1, -1);aec_lux: 210.0;aec_lux_index: 0;albedo: ;confidence: ;motionLevel: 0;weatherinfo: weather:null, icon:null, weatherInfo:100;temperature: 38;zeissColor: nature;

ଭଦ୍ରକ, ୧୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଗୋପିନାଥପୁର ପଚାଂୟତ କାଣ୍ଡବା ନୋଡାଲ୍‌୍ ଉପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ସଭାରେ ଉଦ୍‌ଘାଟକ ଭାବେ ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ,ମୁଖ୍ୟ ଅତିଥି ଭାବେ ଭଦ୍ରକର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଂଶୁମାନ ଦ୍ୱିବେଦୀ ତାଙ୍କ ବକ୍ତବ୍ୟରେ ପାଠପଢି ବଡ ମଣିଷ ନହୋଇ ଭଲ ମଣିଷ ହେବା ସଙ୍ଗେ ସଙ୍ଗେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ପିତା ମାତାଙ୍କ ପ୍ରତି ନିଜର ଦାୟିତ୍ୱ ଓ କର୍ତବ୍ୟ ନିଭାଇବାକୁ କହିଥିଲେ । ମୁଖ୍ୟବକ୍ତା ଭାବେ ଅତିରିକ୍ତ ଜିଲ୍ଲାପାଳ ଦେବବ୍ରତ ମହାପାତ୍ର କହିଲେ,ବିଦ୍ୟାଳୟର ପରିବେଶ ଠିକ୍ ରହିଲେ ଛାତ୍ରଛାତ୍ରୀ ମାନଙ୍କ ପାଠପଢା ପ୍ରତି ଆଗ୍ରହ ବୃଦ୍ଧି ପାଇବ । ଉଚ୍ଚ ନ୍ୟାୟଳୟର ସରକାରୀ ଓକିଲ ମନୋଜ କୁମାର ରାୟ,ଗୋପିନାଥପୁର ସାଧନ କେନ୍ଦ୍ର ସଂଯୋଜକ ପ୍ରଫୁଲ୍ଲ କୁମାର ସାହୁ, ବିଦ୍ୟାଳୟ କମିଟିର ଉପଦେଷ୍ଟା ରବିନ୍ଦ୍ର କୁମାର ଆଇଚ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ସଭାକୁ ସମାଜସେବୀ ତଥା ବିଦ୍ୟାଳୟର ପ୍ରତିଷ୍ଠାତା ନାରାୟଣ ଚନ୍ଦ୍ର ଉଦ୍‌ଗାତା ଅଧ୍ୟକ୍ଷତା କରିଥିଲେ । ଶିକ୍ଷକ ସୁଧାଂଶୁ ଜେନା ଅତିଥି ପରିଚୟଓ ସ୍ୱାଗତ ଭାଷଣ ରଖିଥିବା ବେଳେ ଶିକ୍ଷୟିତ୍ରୀ ରିତାରାଣୀ ପରିଡା ବିବରଣୀ ପାଠ ଓ ଶେଷରେ ଶିକ୍ଷୟିତ୍ରୀ ବୈଜୟନ୍ତୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ରେବତୀ ଦାସ, କୁମୁଦିନୀ ବାରିକ୍‌, ଅଭିରାମ ଜେନା, ସଞ୍ଜିବ କୁମାର ଶତପଥି,ସୁଜାତା ଖାମାରି ପ୍ରମୁଖ ପରିଚାଳନା କରିଥିଲେ । ପ୍ରାରମ୍ଭରେ ଅତିଥି ମାନଙ୍କୁ ମୁଖ୍ୟ ଫାଟକ ଠାରୁ ପାଚ୍ଛୋଟି ନିଆଯାଇଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.