ଭଦ୍ରକ, ୧୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭାରତର ସ୍ୱାର୍ଥ ହାନୀକାରୀ ଭାରତ- ଯୁକ୍ତରାଷ୍ଟ୍ର ଆମେରିକା ବାଣିଜ୍ୟ ଚୁକ୍ତି ବାତିଲ କରିବା, ଏପଷ୍ଟିନ ଯୌନ କେଳଙ୍କାରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂପୃକ୍ତିର ସୁପ୍ରିମକୋର୍ଟଙ୍କ ତତ୍ୱାବଧାନ ରେ ନ୍ୟାୟିକ ତଦନ୍ତ, ଏପଷ୍ଟିନ ଯୌନ କେଳଙ୍କାରୀ ଘଟଣାରେ ପ୍ରଧାନମନ୍ତ୍ରୀ ଙ୍କ ଇସ୍ତଫା, ଶ୍ରମିକ ବିରୋଧୀ ୪ ଟି ଶ୍ରମ କୋର୍ଡ ବାତିଲ କରିବା, ସମସ୍ତ କୃଷି ଉତ୍ପାଦିତ ସାମଗ୍ରୀର ଏମ୍ ଏସ୍ ପି ଯୁକ୍ତ ଆଇନ ପ୍ରଣୟନ କରିବା , ଚାଷୀ ଆତ୍ମହତ୍ୟା ରୋକିବା, ଛାତ୍ର ବିରୋଧି ବିକଶିତ ଭାରତ ଶିକ୍ଷା ପ୍ରତିଷ୍ଠାନ ବିଲ୍- ୨୦୨୫ ବାତିଲ କରିବା, ବିଦ୍ୟୁତ୍ ର ଘରୋଇକରଣ ବଂଦ କରିବା, ବିଦ୍ୟୁତ୍ ସଂଶୋଧନ ବିଲ- ୨୦୨୫ ବାତିଲ କରିବା, ବିହନ ବିଲ୍- ୨୦୨୫ ବଂଦ କରିବା, ଭାରତରେ ନିରପେକ୍ଷ ନିର୍ବାଚନ ସଂଗଠିତ କରିବା, ଭୋଟର ତାଲିକା ପ୍ରସ୍ତୁତିରେ ସ୍ୱତନ୍ତ୍ର ନିରକ୍ଷଣ ତାଲିକା ( ଏସ୍ଆଇଆର) ବାତିଲ କରିବା, ଭାରତର ସମ୍ବିଧାନ ଓ ସାର୍ବଭୌମତ୍ୱ ର ସୁରକ୍ଷା ଆଦି ଦାବିକରି କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଓ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଏକ ଅଭିଯାତ୍ରୀ ଦଳ ଓଡିଶା କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ, ସିଆଇଟିୟୁ ଚାନ୍ଦବାଲି ବ୍ଲକ ସଭାପତି ମଳୟ ଭୋଇ, ଓଡିଶା କୃଷକ ସଭା ଚାନ୍ଦବାଲି ବ୍ଲକ ସଭାପତି ଗୌରାଙ୍ଗ ଯେନା, କୃଷକ ନେତା କାହ୍ନୁ କିଶୋର ସାହୁ, ବରିଷ୍ଠ ବାମପନ୍ଥୀ ନେତା ଅନନ୍ତ ପ୍ରସାଦ ମହାନ୍ତି, ଚାଷୀ ନେତା ଭାଗିରଥି ରାଉତ, ଦଳିତ ନେତା ହାକିମ ଦାସ, ଚାଷୀ ନେତା ବେଣୁଧର ନାୟକ, ଜୟକୃଷ୍ଣ ମହାନ୍ତି, ଓଡିଶା କୃଷକ ସଭା ଚାନ୍ଦବାଲି ବ୍ଲକ ସଂପାଦକ ଅଶୋକ ବେହେରା, ଚାଷୀ ନେତା ବିପ୍ରଚରଣ ସେଠୀଙ୍କ ନେତୃତ୍ୱରେ ଧାମରାରୁ ବାହାରି ଚାନ୍ଦବାଲି ବ୍ଲକର ବିଭିନ୍ନ ସ୍ଥାନ ଯଥା ଧାମରା,କଇଥକୋଲା, ବାଂଶଡା, ଜନ୍ତୁଆଳି, ଘେଂଟଶ୍ୱର, ତୋଟାପଡା, ଯଶିପୁର, ନଳଗୋହିରା, ଚର୍ଦିଆ, ମଉସୁଧା, ମତୋ, ଚାନ୍ଦବାଲି, ଦିଗଛିଆ, ବିଜୟନଗର, ଓରାସାହି, ଓସ୍ତିଆ, ଭାଟପଡା ଆଦି ସ୍ଥାନ ପରିକ୍ରମା କରି ଆସନ୍ତା ଫେବୃଆରୀ ୧୨ ସର୍ବଭାରତୀୟ ସାଧାରଣ ଧର୍ମଘଟ କୁ ଚାନ୍ଦବାଲି ବ୍ଲକରେ ସଫଳ କରିବାକୁ ଆହ୍ୱାନ ଜଣାଇଥିଲେ । ଏହି ଅଭିଯାତ୍ରୀ ଦଳକୁ ବ୍ଲକର ବିଭିନ୍ନ ସ୍ଥାନରେ ଚାଷୀ, ମୂଲିଆ ଓ ଶ୍ରମିକ ମାନେ ପୁଷ୍ପ ବର୍ଷଣ କରି ସ୍ୱାଗତ କରିଥିଲେ ।








