Home ଜିଲ୍ଲା ପରିକ୍ରମା ମା ତାରିଣୀ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ, ଉତରବାଡ ଚାମ୍ପିଅନ

ମା ତାରିଣୀ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ, ଉତରବାଡ ଚାମ୍ପିଅନ

3

ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ସରସଦା ପଂଚାୟତ ନେନ୍ତିପୁରରେ ମା ତାରିଣୀ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି । ଉତରବାଡ ଓ ସାରୋ ଦଳ ମଧ୍ୟରେ ୬ ଓଭର ବିଶିଷ୍ଟ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଉତରବାଡ ପ୍ରଥମେ ବ୍ୟାଟିଂ କରି ୭୫ ରନ ସଂଗ୍ରହ କରିଥିଲା। ଜବାବରେ ସାରୋ ଦଳ ନିର୍ଦ୍ଧାରିତ ଓଭରରେ ୫୪ ରନ ସଂଗ୍ରହ କରି ପରାଜୟ ବରଣ କରିଥିଲା । ଉଦଯାପନୀ ଉତ୍ସବରେ ସମାଜସେବୀ ରାମଚନ୍ଦ୍ର ସେନାପତି , ରତ୍ନାକର ଦାସ, ଯୁବ ଇଂ ସୁକାନ୍ତ ରାଉଳ, ରମେଶ ଚନ୍ଦ୍ର ନାୟକ, ଯୁବ ସାମ୍ବାଦିକ ମନୋରଞ୍ଜନ ସେଠୀ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଟୁର୍ଣ୍ଣାମେଂଟ ସଦସ୍ୟ ସତ୍ୟବ୍ରତ ସାହୁ, ଦୁଷ୍ମନ୍ତ ସାହୁ, ଜିତେନ୍ଦ୍ର ଜେନା ରାଜ କିଶୋର ଜେନା, ଚକ୍ରରଧର ସେଠୀ, ପପୁନ ଦାସ, ପ୍ରଭାସ ଜେନା, ଜଗନ୍ନାଥ ରାଉଳ, କମଳାକାନ୍ତ ବିଶ୍ୱାଳ, ରଞ୍ଜିତ ସେଠୀ, ଚିତରଞ୍ଜନ ସେଠୀ ପ୍ରମୁଖ ଖେଳ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.