Home ଜିଲ୍ଲା ପରିକ୍ରମା ପୁରୁଣା ସ୍ମୃତିର ମହାମିଳନ: ୧୮ ବର୍ଷ ପରେ ‘ଶାଶ୍ୱତ ବନ୍ଧୁ ମିଳନ’ ଉତ୍ସବ

ପୁରୁଣା ସ୍ମୃତିର ମହାମିଳନ: ୧୮ ବର୍ଷ ପରେ ‘ଶାଶ୍ୱତ ବନ୍ଧୁ ମିଳନ’ ଉତ୍ସବ

1

ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ହି ଜିଲାର ଧାମନଗର ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଧାମନଗର ବାଳିକା ଉଚ୍ଚ ବିଦ୍ୟାଳୟର ୨୦୦୮ ବ୍ୟାଚ୍‌ର ପୂରାତନ ଛାତ୍ରଛାତ୍ରୀମାନଙ୍କ ମିଳିତ ଉଦ୍ୟମରେ ଦୋବଲ ସ୍ଥିତ କନକେଇ ଠାରେ ଏକ ଭାବପୂର୍ଣ୍ଣ ‘ଶାଶ୍ୱତ ବନ୍ଧୁ ମିଳନ’ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘଦିନ ପରେ ବନ୍ଧୁମାନଙ୍କ ସହ ମିଳନ ହେବା ସହିତ ସାରା ପରିବେଶ ଆବେଗପୂର୍ଣ୍ଣ ହୋଇଉଠିଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ସ୍କୁଲ୍ ଜୀବନର ସେହି ଅଭୁଲା ଦିନଗୁଡ଼ିକୁ ସ୍ମରଣ କରାଯାଇଥିଲା। କର୍ମମୟ ଜୀବନର ବ୍ୟସ୍ତତା ମଧ୍ୟରୁ କିଛି ସମୟ ବାହାର କରି ସମସ୍ତେ ପୁଣିଥରେ ୨୦୦୮ ମସିହାର ସ୍କୁଲ୍ ଦିନକୁ ଫେରିଯାଇଥିଲେ। ଏହି ଅବସରରେ ସକାଳ ବିୟୋଗ ହୋଇଥିବା ବନ୍ଧୁଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରବତା ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ମନୋରଞ୍ଜନାତ୍ମକ କାର୍ଯ୍ୟକ୍ରମ ସହ ସାମୁହିକ ଭୋଜିଭାତର ଆୟୋଜନ କରାଯାଇଥିଲା। ପରସ୍ପରର ସୁଖ-ଦୁଃଖ ଭାଗିନେବା ସହ ପୁରୁଣା ସ୍ମୃତିକୁ ସାଉଁଟିବାରେ ସମସ୍ତେ ବ୍ୟସ୍ତ ଥିଲେ। ଆୟୋଜକ ବନ୍ଧୁମାନଙ୍କ ଅକ୍ଳାନ୍ତ ପରିଶ୍ରମ ଓ ସହଯୋଗ ଫଳରେ ଏହି ବନ୍ଧୁ ମିଳନ ଉତ୍ସବ ସଫଳ ଓ ସ୍ମରଣୀୟ ହୋଇପାରିଛି। ଆଗାମୀ ଦିନରେ ଏହି ବନ୍ଧୁତାକୁ ଆହୁରି ସୁଦୃଢ଼ କରିବାକୁ ସମସ୍ତେ ସଂକଳ୍ପ ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.