ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ ବିରୋଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବୁଧବାର ବାର୍ଷିକ ଉତ୍ସବ ସହିତ ମାତୃ ପିତୃ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସତ୍ୟରଞ୍ଜନ ସାମଲଙ୍କ ଅଧ୍ୟକ୍ଷତା ଓ ଶିକ୍ଷକ ବିନୋଦ ରାଉତ ଙ୍କ ସଂଚାଳନରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ସରପଂଚ ପରମାନନ୍ଦ ନାୟକ ଉଦଘାଟନ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟା ମାମିଲତା ନାୟକ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ନବକିଶୋର ପରିଡା,ପ୍ରିତିକାନ୍ତ ରାଉତ, ନିମନ୍ତ୍ରିତ ଅତିଥି ଅବସରପ୍ରାପ୍ତ ଶିକ୍ଷକ ନରେନ୍ଦ୍ର ରାଉତ, ନାରାୟଣ ଚନ୍ଦ୍ର ଦାସ, ପ୍ରଶାନ୍ତ କୁମାର ରାଉତରାୟ, ବିଜୟ ନାୟକ ସାମ୍ବାଦିକ ରାଜେନ୍ଦ୍ର ଶତପଥି , ପରିଚାଳନା ସଭାପତି ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ଶ୍ରୀ ଯୋଗ ବେଦାନ୍ତ ସେବା ସମିତି ସଦସ୍ୟ ବିନୋଦ ଜେନା,ସୁବଳ ମଲ୍ଲିକ ଓ ସାମ୍ବାଦିକ ଦୁର୍ଯୋଧନ ଲେଙ୍କା ଦ୍ୱାରା ମାତୃ ପିତୃ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏଥିରେ ଗ୍ରାମବାସୀଙ୍କ ସମେତ ବହୁ ଅଭିଭାବକ ଯୋଗ ଦେଇଥିଲେ। ଶିକ୍ଷକ ବିନୋଦ ବିହାରୀ ରାଉତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟତ୍ରୀ ଲୋପାମୁଦ୍ରା ଦାସ ସ୍ୱାଗତ ଭାଷଣ ଓ ଶିକ୍ଷକ ଦେବେନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ। ବାର୍ଷିକ ଉତ୍ସବ ସମାରୋହକୁ ଶିକ୍ଷକ ମଙ୍ଗଳ ସୋରେନ, ପରିଚାଳନା କମିଟି ସଭାପତି ବିଜୟ କୁମାର ମହାଳିକ, ପ୍ରମୁଖ ପରିଚାଳନା କରିଥିଲେ।








