Home ଜିଲ୍ଲା ପରିକ୍ରମା ବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୋ ସ୍କୁଲ ଅଭିଯାନକୁ ୫୦ ହଜାର ଟଙ୍କା ପ୍ରଦାନ କଲେ ଯୁବ...

ବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୋ ସ୍କୁଲ ଅଭିଯାନକୁ ୫୦ ହଜାର ଟଙ୍କା ପ୍ରଦାନ କଲେ ଯୁବ ସମାଜସେବୀ

12

ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାମୁନି ଦୟାନିଧି ପରମହଂସ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୁବ ସମାଜସେବୀଙ୍କ ବଦାନ୍ୟତା । ବିଦ୍ୟାଳୟର ମୋ ସୁଲ ଅଭିଯାନକୁ ୫୦ ହଜାର ଟଙ୍କା ପ୍ରଦାନ କରିବା ସହ ପ୍ରତିବର୍ଷ ଦଶମ ଶ୍ରେଣୀ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀଙ୍କୁ ୧୦ ହଜାର ଟଙ୍କା ପୁରସ୍କାର ଘୋଷଣା କଲେ । ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନାଲଗୁଣ୍ଡା ଗ୍ରାମପଞ୍ଚାୟତର ଇଟୁଆରେ ଅବସ୍ଥିତ ମହାମୁନି ଦୟାନିଧି ପରମହଂସ ବାଳିକା ଉଚ୍ଚ ବିଦ୍ୟାଳୟ ୧୯୯୫ ମସିହାରେ ସ୍ଥାପିତ ହୋଇଥିଲା । ମାତ୍ର କୌଣସି କାରଣ ବଶତଃ ବାର୍ଷିକ ଆୟୋଜନ କରିବା ସମ୍ଭବ ହେଉନଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମିନତୀ ରାଉତଙ୍କ ଉଦ୍ୟମ,ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ,ପୁରାତନ ଛାତ୍ରୀ ଓ ପରିଚାଳନା କମିଟିର ସଭ୍ୟ ସଭ୍ୟା ମାନଙ୍କ ସହଯୋଗରେ ଚଳିତ ବର୍ଷ ବର୍ଷିକ ଉତ୍ସବ ମହାସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ନାଲଗୁଣ୍ଡାର ଯୁବ ସମାଜସେବୀ ଟୁନା ଦାସ ମହାମୁନି ଦୟାନିଧି ପରମହଂସ ଉଚ୍ଚ ବିଦ୍ୟାଳୟର ମୋ ସ୍କୁଲ ଅଭିଯାନ ପାଣ୍ଠିକୁ ୫୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ । ତା ସହିତ ଉକ୍ତ ବିଦ୍ୟାଳୟର ପଢୁଥିବା ଛାତ୍ରୀ ମାନଙ୍କ ମଧ୍ୟରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଉତୀର୍ଣ୍ଣ ହୋଉଥିବା ଛାତ୍ରୀଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ଆମ ଅଂଚଳରେ ଥିବା ଏକ ମାତ୍ର ବାଳିକା ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ସୃଷ୍ଟି କରିବା ମୋର ଲକ୍ଷ୍ୟ ବୋଲି ଯୁବ ସମାଜସେବୀ ଟୁନା ଦାସ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.