Home ଜିଲ୍ଲା ପରିକ୍ରମା ଗୌରୀପ୍ରଭା ସାରସ୍ୱତ ପତ୍ରିକା ଉନ୍ମୋଚନ ତାରିଖ ଓ ପୁରସ୍କାର ଘୋଷଣା

ଗୌରୀପ୍ରଭା ସାରସ୍ୱତ ପତ୍ରିକା ଉନ୍ମୋଚନ ତାରିଖ ଓ ପୁରସ୍କାର ଘୋଷଣା

3

ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରୁ ପ୍ରକାଶ ପାଇ ଆସୁଥିବା ସୃଜନଶୀଳ ସାହିତ୍ୟ ପତ୍ରିକା ଗୌରୀପ୍ରଭାର ୨୦୨୬ ନିମନ୍ତେ ପୁରସ୍କାର ଘୋଷଣା କରାଯାଇଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ପତ୍ରିକା ତରଫରୁ ଚାରିଜଣ ଲବ୍ଧ ପ୍ରତିଷ୍ଠିତ ଲେଖକଙ୍କୁ ନଗଦ ଅର୍ଥରାଶି ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯିବ। ଏଥର ଗୌରୀପ୍ରଭା ସାରସ୍ୱତ ସମ୍ମାନ ପାଇବେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଖ୍ୟାତ ଗାଳ୍ପିକ ରଜନୀ ମହାନ୍ତି, ଗୌରୀପ୍ରଭା କବିତା ସମ୍ମାନ ପାଇବେ ସ୍ୱନାମଧନ୍ୟା କବୟିତ୍ରୀ ଇନ୍ଦିରା ଦାଶ, ଗୌରୀପ୍ରଭା ଗଳ୍ପ ସମ୍ମାନ ପାଇବେ ବିଶିଷ୍ଟ ଗାଳ୍ପିକ ଅମରେଶ ବିଶ୍ୱାଳ, ଗୌରୀପ୍ରଭା ଯୁବ ପ୍ରତିଭା ସମ୍ମାନ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ଜୟଦ୍ରଥ ସୁନା। ଆସନ୍ତା ଫେବୃୟାରୀ ୨୨ ତାରିଖ ରବିବାର ଦିନ ପତ୍ରିକାର ତୃତୀୟ ବାର୍ଷିକ ଉତ୍ସବ ଅବସରରେ ଭଦ୍ରକ ସଂସ୍କୃତି ଭବନରେ ଆୟୋଜିତ ସାରସ୍ୱତ ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ପତ୍ରିକାର ସଂପାଦକ କବି ପତିତପାବନ ପାଣି ଘୋଷଣା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.