Home ଜିଲ୍ଲା ପରିକ୍ରମା ଜିଲ୍ଲା ଦଳିତ ମହାସଂଘ ପକ୍ଷରୁ ବନ୍ଧୁ ମିଳନ ଉତ୍ସବ

ଜିଲ୍ଲା ଦଳିତ ମହାସଂଘ ପକ୍ଷରୁ ବନ୍ଧୁ ମିଳନ ଉତ୍ସବ

5

ଭଦ୍ରକ, ୨୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନୂତନ ବର୍ଷ ଅବସରରେ ଭଦ୍ରକ ଜିଲ୍ଲା ଦଳିତ ମହାସଂଘ ପକ୍ଷରୁ ନଳାଙ୍ଗ ସ୍ଥିତ ଝାଉଁବଣରେ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାସଂଘର ସଭାପତି ଜିଲ୍ଲା ଦଳିତ ନେତା ରାଜେନ୍ଦ୍ର ପ୍ରସାଦ ଜେନାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବନ୍ଧୁ ମିଳନ ଉତ୍ସବରେ ବରିଷ୍ଠ ସମାଜ ସେବୀ ଦେବେନ୍ଦ୍ର ମହାନ୍ତି ସଭାପତିତ୍ୱ କରିଥିଲେ । ସମାଜସେବୀ ସର୍ବଶ୍ରୀ ଅସରଫ ଅଲ୍ଲୀ ଖାଁ,ଦେବଦାସ ରାୟଗୁରୁ,ଶ୍ୟାମାସୁନ୍ଦର ନାୟକ, ପ୍ରକାଶ ସାହୁ,ଜିଲ୍ଲା ଆଦିବାସୀ ନେତା ରାଜୁ ରାୟ,ଭଦ୍ରକ ଚା ଖଟି ସଭାପତି ସୋମନାଥ ସାହୁ,ପ୍ରଭାତ ପାଢ଼ୀ,ସାମ୍ବାଦିକ ସର୍ବଶ୍ରୀ ତପନ ସ୍ୱାଇଁ,ଶିବାନନ୍ଦ ଦାସ,ପାର୍ଥ ସାରଥୀ ନାୟକ,ପ୍ରଭାତ ଦାସ, ଅଜୟ ପଣ୍ଡା,ନସୀମ ଅଖତର, କମଲ ଲୋଚନ ପଣ୍ଡା, ବିଜୟ କୁଅଁର,ସୁବ୍ରକାନ୍ତ ରାଉତରାୟ, ଶୁଭଦୀପ ମଲ୍ଲିକ,କବି ନିର୍ମଳ ଚନ୍ଦ୍ର ବେହୁରିଆ,ଶିକ୍ଷାବିତ ମୁର୍ତ୍ୟୁଞ୍ଜୟ ସାମଲ,ଆଇନ ଜୀବି ସର୍ବଶ୍ରୀ ନାରାୟଣ ଚନ୍ଦ୍ର ମହାନ୍ତି,ତାହେର ମହମ୍ମଦ,ପଙ୍କଜ ପରିଡା,ପ୍ରଭାତ ସାମଲ, ବିଚିତ୍ରା ନନ୍ଦ ଜେନା, ବୁଦ୍ଧଦେବ ଜେନା,ସ୍ୱସ୍ତିକା ପଣ୍ଡା,ଶିକ୍ଷକ ନେତା ସର୍ବଶ୍ରୀ ତବରେଜ ଖାଁ, ଶରତ ମଲ୍ଲିକ,ଦୀପକ ନାୟକ,ସମାଜ ସେବୀ ବିଜୟ ସେଠି,ବିନୟ ବଳ,ଅଶୋକ ଦାସ,ମନୋଜ ମହାନ୍ତି, ଯୁବନେତା ସର୍ବଶ୍ରୀ ବଳରାମ ରାଉତ,ଲାଲୁ ଖାଁ,ବିଜୟ ବାରିକ, ଇଲିଆସ ଖାଁ,ଦଳିତ ନେତା ସର୍ବଶ୍ରୀ ରବୀନ୍ଦ୍ର ଜେନା,ସମିତି ସଭ୍ୟ ଗୟାଧର ସେଠି,ଗଣେଶ ମଲ୍ଲିକ,ସୁରେଶ ଜେନା, ଜଳଧର ମଲ୍ଲିକ,ରଞ୍ଜନ ଜେନା, ଶଶିକାନ୍ତ ଜେନା, ହରିହର ମଣ୍ଡଳ, ମନୋଜ ମଲ୍ଲିକ,ଦୀନବଧୁ ଦାସ, ଖଗେଶ୍ୱର ଜେନା ,ପଦ୍ମଲୋଚନ ବେହେରା,ହରିହର ମଲ୍ଲିକ,ପ୍ରତାପ ସାମଲ, ସଞ୍ଜୟ ଜେନା,ରଘୁଆ ଜେନା, ସନ୍ତୋଷ ଜେନା, ଚିନ୍ମୟ ଜେନା,ନାରୀନେତ୍ରୀ ସୂଦୀପ୍ତା ପଟ୍ଟନାୟକ, ଇନ୍ଦୁପ୍ରଭା ଜେନା,ଫାରୁକ ଖାଁ,ତସଲିମ ଖାଁ,ଗଦାଧର ପଣ୍ଡାଙ୍କ ସମେତ ଦଳଗତ ନିର୍ବିଶେଷରେ ଜିଲ୍ଲାର ସମସ୍ତ ବ୍ଲକରୁ ୩୫୦ ରୁ ଉର୍ଦ୍ଧ ନେତା, ସମାଜସେବୀ,ଆଇନ ଜୀବି ବୁଦ୍ଧିଜୀବୀ ସାମ୍ବାଦିକ,ସ୍ୱେଚ୍ଛାସେବୀମାନେ ଯୋଗଦେଇ ଥିଲେ । ଏହି ବନ୍ଧୁ ମିଳନ ଉତ୍ସବ ଅବସରରେ ସୁସ୍ଥ ସମାଜ ଗଠନ ଦିଗରେ ଆଜିର ଯୁବବର୍ଗଙ୍କ ଭୂମିକା ସମ୍ପର୍କିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.