Home ଜିଲ୍ଲା ପରିକ୍ରମା ଜାତୀୟ ସ୍ତରୀୟ ବିଦ୍ୟାଳୟ ବାସ୍କେଟବଲ୍ ପ୍ରତିଯୋଗିତା ନିମନ୍ତେ ଭଦ୍ରକ ଜିଲ୍ଲାରୁ ଜିସ୍ମୟୀ ମନୋନୀତ

ଜାତୀୟ ସ୍ତରୀୟ ବିଦ୍ୟାଳୟ ବାସ୍କେଟବଲ୍ ପ୍ରତିଯୋଗିତା ନିମନ୍ତେ ଭଦ୍ରକ ଜିଲ୍ଲାରୁ ଜିସ୍ମୟୀ ମନୋନୀତ

4

ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଛତିଶଗଡ ର ରାଜନନ୍ଦଗାଁଓ ରେ ଆରମ୍ଭ ହେବାକୁ ଯାଉଥିବା ଜାତୀୟ ସ୍ତରୀୟ ବିଦ୍ୟାଳୟ (୧୭ ବର୍ଷରୁ କମ)ବାସ୍କେଟବଲ୍ ପ୍ରତିଯୋଗିତା ଟି ୧୧ ଜାନୁଆରୀ ରୁ ଆରମ୍ଭ ହୋଇ ୧୫. ଜାନୁଆରୀ ରେ ସମାପ୍ତ ହବ ।ଏହି ପ୍ରତିଯୋଗିତା ନିମନ୍ତେ ଓଡିଶା ରାଜ୍ୟ ବିଦ୍ୟାଳୟ ସ୍ତରୀୟ ୧୨ ଜଣ ବାଳିକା ବାସ୍କେଟବଲ୍ ଖେଳାଳୀ ଙ୍କ ନାମ ଘୋଷଣା କରିଛି । ଏହି ବାଳିକା ଦଳରେ ଭଦ୍ରକ ଜିଲ୍ଲାରୁ ଜିସ୍ମୟୀ ନାୟକ ସ୍ଥାନ ପାଇଛନ୍ତି । ଏହି ସଫଳତା ନିମନ୍ତେ ଜିଲ୍ଲାପାଳ ଦିଲିପ୍ କୁମାର ରାଉତ ରାଏ ଓ ସାଂସଦ ଅଭିମନ୍ୟୁ ସେଠୀ ଶୁଭେଚ୍ଛା ଜଣାଇଲବା ସହିତ ଜିଲ୍ଲା ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ , ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶନୀ ନାୟକ କ୍ରିଡା ଶିକ୍ଷୟତ୍ରୀ ମିତାଲୀ ମଧୁସ୍ମିତା ବାରିକ ,ବାସ୍କେଟବଲ୍ କୋଚ୍ ମନୋଜ କୁମାର ସାହୁ ,ଆପିଇ ରାଜେନ୍ଦ୍ର ନାୟକ ଓ ସମସ୍ତ ବରିଷ୍ଠ ଖେଳାଳୀ ମାନେ ଶୁଭେଚ୍ଛା ଜଣାଇବା ସହିତ ସେ କିପରି ଜାତୀୟ ସ୍ତରରେ ଉଲ ଖେଳ ପ୍ରଦର୍ଶନ କରନ୍ତୁ ତାଙ୍କର ଶୁଭକାମନା ମନାସିଛନ୍ତି , ଜିସ୍ମୟୀ ଙ୍କ ଘର ଭଦ୍ରକ ବ୍ଲକ୍ ଅନ୍ତର୍ଗତ ଭିଆପି କଲୋନୀ ,ଗବସାହି ଗ୍ରାମରେ, ତାଙ୍କ ବାପାଙ୍କ ନାମ ଦଣ୍ଡପାଣି ନାୟକ ଓ ମାତା ଙ୍କ ନାମ ସୁଜାତା ନାୟକ ସେ ଅଧୁନା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ.ଭଦ୍ରକ ର ନବମ ଶ୍ରେଣୀ ରେ ପଡୁଥିବା ବେଳେ ଜିସ୍ମୟୀ ବିଗତ ୪ବର୍ଷ ହେଲା କୋଚ୍ ମନୋଜ କୁମାର ସାହୁ ଙ୍କ ତତ୍ୱାବଧାନରେ ଭଦ୍ରକ କଲେଜ ବାସ୍କେଟବଲ୍ କୋର୍ଟ ରେ ଅଭ୍ୟାସ ଜାରୀ ରଖିଛନ୍ତି । ଜିସ୍ମୟୀ ଜାତୀୟ ସ୍ତରୀୟ ବିଦ୍ୟାଳୟ ପ୍ରତିଯୋଗିତା ରେ ଭଲ ଖେଳ ପ୍ରଦର୍ଶନ କରିବେ ବୋଲି ବାସ୍କେଟବଲ୍ କୋଚ୍ ମନୋଜ କୁମାର ସାହୁ ଆଶା ପ୍ରକଟ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.