Home ଜିଲ୍ଲା ପରିକ୍ରମା ୪ର୍ଥ ମହାବୀର କପ୍ ରାଜେଶ ବଳ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ ,ରାଇଜିଂ ଷ୍ଟୁଡେଂଟ କଟକ ଫାଇନାଲରେ

୪ର୍ଥ ମହାବୀର କପ୍ ରାଜେଶ ବଳ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ ,ରାଇଜିଂ ଷ୍ଟୁଡେଂଟ କଟକ ଫାଇନାଲରେ

17

ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ରେଲେୱ ପଡ଼ିଆରେ ଚାଲିଥିବା ଅଲ୍ ଓଡ଼ିଶା ୪ର୍ଥ ମହାବୀର କପ୍ ରାଜେଶ ବଳ ମେମୋରିଆଲ କ୍ରିକେଟ୍ ଟୁର୍ଣାର୍ମେଂଟର ଆଜି ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଇଷ୍ଟ କୋଷ୍ଟ ରେଲେୱ ଖୋଦ୍ଧାର୍କୁ ୨ ରନରେ ହରାଇ ରାଇଜିଂ ଷ୍ଟୁଡେଂଟ କଟକ ଫାଇନାଲକୁ ଉନ୍ନୀତ ହୋଇଛି। ଆଜି ୪ର୍ଥ ଦିନରେ ଅନୁଷ୍ଠିତ ଦ୍ୱିତୀୟ ସେମି ଫାଇନାଲ୍ ମ୍ୟାଚରେ ରାଇଜିଂ ଷ୍ଟୁଡେଂଟ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୧୮୫ ରନ୍ କରିଥିଲା। ସ୍ୱାଧିନ କୁମାର ପାତ୍ର ୪୫ ବଲ୍ରେ ୬୨ ଓ ସ୍ୱପ୍ ସମିତ୍ ଭୂୟାଁ ୩୬ ବଲ୍ରେ ୪୬ ରନ କରିଥିଲେ। ରେଲେୱ ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ ଓ ଜୟନ୍ତ କୁମାର ବେହେରା ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ। ୧୮୩ ରନ୍ର ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟାର୍ଦ୍ଧରେ ବ୍ୟାଟିଂ କରିଥିବା ରେଲେୱ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୮୦ ରନ୍ କରି ମ୍ୟାଚକୁ ୨ ରନ୍ରେ ହାରି ଯାଇଥିଲା। ରେଲେୱ ପକ୍ଷରୁ ଏମ.ଜି. ଗୋପାଲ ୫୫ ଓ ସମୀର ରଞ୍ଜନ ମହାନ୍ତି ୪୭ ରନ୍ କରିଥିଲେ। ରାଇଜିଂ ଷ୍ଟୁଡେଂଟ ପକ୍ଷରୁ ସ୍ୱପ୍ ସମିତ୍ ଭୂୟାଁ ୩ଟି ଓ କେ. ଈଶ୍ୱର ପ୍ରସାଦ ୨ଟି ଉଇକେଟ ନେଇଥିଲେ। ସ୍ୱପ୍ ସମିତ୍ ଭୂୟାଁଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା। ଓବିସିସିର ଚିଫ୍ ଇଂଜିନିୟର ଶ୍ରୀଧର ରାଉତ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ। ମ୍ୟାଚ୍‌କୁ ଦେବବ୍ରତ ଦାଶ ଓ ରଞ୍ଜନ ମହାନ୍ତି ଅମ୍ପାୟାର୍ ଭାବେ ପରିଚାଳନା କରିଥିବା ବେଳେ ରାଜେଶ ନାୟକ ମ୍ୟାଚ୍ ରେଫେରୀ, ଓ କରନ୍ ଖାନ୍ ସ୍କୋରର ଥିଲେ। ଆସନ୍ତାକାଲି ଏହି ଟୁର୍ଣ୍ଣାମେଂଟର ଫାଇନାଲ୍ ଖେଳ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ଶ୍ରୀଧର ମିଶ୍ର ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.