Home ଜିଲ୍ଲା ପରିକ୍ରମା ଚିଙ୍ଗିଡିପୁର ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆସନ୍ତା ୪ ରେ

ଚିଙ୍ଗିଡିପୁର ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆସନ୍ତା ୪ ରେ

2
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ନଳାଙ୍ଗ ଚିଙ୍ଗିଡିପୁରସ୍ଥିତ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆସନ୍ତା ୪ ଓ ୫ ତାରିଖ ଦୁଇଦିନ ବ୍ୟାପୀ ପାଳିତ ହେବାକୁ ଯାଉଛି। ଏହି ଭବ୍ୟ ସମାରୋହର ସଫଳତା କାମନା କରି ଜୟନ୍ତୀ କମିଟିର ସଭାପତି ନିର୍ମଳ ଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆଜି ବିଦ୍ୟାଳୟ ପରିସରରେ ଏକ ଜିଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସଭାକୁ ଜୟନ୍ତୀ କମିଟିର ସଂଯୋଜକ କାର୍ଯ୍ୟକାରୀ ସଦସ୍ୟ ସୁରେଶ ସାମଲ ପରିଚାଳନା କରିଥିବାବେଳେ ଏଥିରେ ସମାଜସେବୀ ତଥା ପରିଚାଳନା କମିଟିର ପ୍ରତିଷ୍ଠାତା ସଭ୍ୟ ଅରୁଣ ଖିଲାର, ସଂଗଠକ ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରଭାତ ଖିଲାର, ପ୍ରଧାନ ଶିକ୍ଷକ ଅଜୟ ନନ୍ଦ, ବିଷ୍ଣୁପୁର ଗ୍ରାମପଂଚାୟତର ସରପଂଚ ଅମୂଲ୍ୟ ନାୟକ, କମିଟିର କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ନାୟକ, ସଭ୍ୟ ବିଜୟ କୁମାର ଖିଲାର, ବସନ୍ତ ପାତ୍ର ପ୍ରମୁଖ ଯୋଗଦେଇ ଏହି ସମାରୋହ ସଂପର୍କରେ ସୂଚନା ଦେଇଥିଲେ। ଆସନ୍ତା ୪ ତାରିଖ ଦିନ ଏହି ସମାରୋହର ପ୍ରଥମ ଅଧିବେଶନରେ ପୂର୍ବତନ ରାଜସ୍ୱ ମନ୍ତ୍ରୀ ତଥା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଉଥିବାବେଳେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦ୍‌ଘାଟନ କରିବେ। ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ରାଜ୍ୟ ମାଧ୍ୟମିକ ଶିକ୍ଷା ବିଭାଗର ନିର୍ଦ୍ଦେଶକ ବିରେନ୍ଦ୍ର କୁମାର କୋରକୋରା, ଐତିହାସିକ ତଥା ଉଚ୍ଚଶିକ୍ଷା ବିଭାଗର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଡ. ନିହାର ରଞ୍ଜନ ପଟ୍ଟନାୟକ, ସ୍ଥାନୀୟ ସରପଂଚ ଅମୂଲ୍ୟ ନାୟକ ଯୋଗଦେଉଥିବାବେଳେ ଅପରାହ୍ନରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଯେନା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ (ଡିଆଇବି) ଅଂଶୁମାନ ଦ୍ୱିବେଦୀ ପ୍ରମୁଖ ଯୋଗଦେବେ। ୫ ତାରିଖ ପ୍ରଥମ ଅଧିବେଶନରେ ପୂର୍ବତନ ରାଜସ୍ୱ ମନ୍ତ୍ରୀ ଶ୍ରୀ ସାମଲ, ଶିଳ୍ପ ଓ ଦକ୍ଷତା ବିକାଶ ବିଭାଗର ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଜିଲାପାଳ ଦିଲ୍ଲୀପ କୁମାର ରାଉତରାଏ, ଜିଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ, ପ୍ରତିଷ୍ଠାତା ସଦସ୍ୟ ଅରୁଣ ଖିଲାର, ପୂର୍ବତନ ପ୍ରଧାନ ଶିକ୍ଷକ ରବିନ୍ଦ୍ରନାଥ ପତି ଯୋଗ ଦେଉଥିବାବେଳେ ଅପରାହ୍ନ ଅଧିବେଶନରେ ଅତିରିକ୍ତ ଜିଲାପାଳ କାର୍ତିକନାଥ ମଣ୍ଡଳ, ଭଣ୍ଡାରିପୋଖରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବଦତ ଦାସ, ଗୋଷ୍ଠୀ ଶିକ୍ଷାଧିକାରୀ ଡ. ପ୍ରଫୁଲ୍ଲ କୁମାର ସାହୁ, ବିଶିଷ୍ଟ ଆଧ୍ୟାତ୍ମିକ ପ୍ରବକ୍ତା ବୀରେନ୍ଦ୍ର କୁମାର ପଣ୍ଡା, ଭଦ୍ରକ କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ବଳରାମ ମିଶ୍ର ଓ ସ୍ଥାନୀୟ ସମିତି ସଭ୍ୟା ଶୁଭଲକ୍ଷ୍ମୀ ପାଣିଗ୍ରାହୀ ଯୋଗଦେବେ। ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ମୋହନ ଚରଣ ଖିଲାରଙ୍କ ଦୁଇଟି ପୁସ୍ତକ ‘ଅସ୍ତରାଗର ସୂର୍ଯ୍ୟ’ ଓ ‘ସାବରମତୀର ସନ୍ଥ’ ଉନ୍ମୋଚିତ ହେବ। ଏଥିସହ ସୁବର୍ଣ୍ଣଜୟନ୍ତୀର ମୁଖପତ୍ର ମଧ୍ୟ ‘ଜଗନ୍ନାଥାୟନ’ ର ଶୁଭ ଉନ୍ମୋଚନ ହେବା ସହ ଦୁଇଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.