ଭଦ୍ରକ, ୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତିଙ୍କ ଅନୁମୋଦନ କ୍ରମେ ଭଦ୍ରକ ଜିଲ୍ଲା କମିଟିର ପଦାଧିକାରୀମାନଙ୍କ ସମେତ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି।ବିଜେପି ଭଦ୍ରକ ଜିଲ୍ଲା ସଭାପତି ଭଗବାନ ପଣ୍ଡା ଡିସେମ୍ବର୩୧ ତାରିଖରେ ଏହି ନୂତନ ଟିମ ଘୋଷଣା କରିଛନ୍ତି।ଏଥିରେ ଭଣ୍ଡାରିପୋଖରୀ ବ୍ଲକରୁ ପୂର୍ବରୁ ଦଳର ଜିଲ୍ଲା ସମ୍ପାଦକ ଥିବା ତପସ୍ୱିନୀ ମହାପାତ୍ରଙ୍କୁ ନୂଆ ଟିମରେ ଉପସଭାପତି ଦାୟିତ୍ୱ ପ୍ରଦାନ କରାଯାଇଛି।ଦଳୀୟ ସଙ୍ଗଠନରେ ଶ୍ରୀମତୀ ମହାପାତ୍ର ତାଙ୍କୁ ଦିଆଯାଇଥିବା କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରିବେ ବୋଲି କହିବା ସହ ଦଳର ରାଜ୍ୟ ସଭାପତି ମନମୋହନ ସାମଲ, ଜିଲ୍ଲା ସଭାପତି ଭଗବାନ ପଣ୍ଡା, ସାଂସଦ ଅଭିମନ୍ୟୁ ସେଠୀ, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ଅନ୍ୟ ସମସ୍ତ ବରିଷ୍ଠ ନେତୃବୃନ୍ଦଙ୍କୁ କୃତଜ୍ଞତା ଜଣାଇଛନ୍ତି।ଏହି ବ୍ଲକର ସୁବର୍ଣମୁଖୀ ମଣ୍ଡଳର ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ନିଜର ରାଜନୈତିକ କାର୍ଯ୍ୟ ଆରମ୍ଭ କରିଥିବା ତପସ୍ୱିନୀ ଦଳର ଆଇଟି ସେଲ, ଜିଲ୍ଲା ସମ୍ପାଦକ, ବାସୁଦେବପୁର ବିଧାନସଭା କ୍ଷେତ୍ରରେ ଦଳୀୟ ପ୍ରଭାରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି।








