Home ଜିଲ୍ଲା ପରିକ୍ରମା ଧୋକ୍କା ଦେଲା ଗୁଗଲ ମ୍ୟାପ,ଗାଁ କୁ ମାଡ଼ି ଗଲା ଟ୍ରକ, ଭାଙ୍ଗିଲା ଘର

ଧୋକ୍କା ଦେଲା ଗୁଗଲ ମ୍ୟାପ,ଗାଁ କୁ ମାଡ଼ି ଗଲା ଟ୍ରକ, ଭାଙ୍ଗିଲା ଘର

4

ଭଦ୍ରକ, ୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧୋକ୍କା ଦେଲା ଗୁଗଲ ମ୍ୟାପ ,ଗାଁ କୁ ମାଡ଼ି ଗଲା, ଭାଙ୍ଗିଲା ଘର । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ଚାନ୍ଦବାଲିରେ । ସୂଚନା ମୁତାବକ ଆଜି ଭୋର ସମୟରେ କଟକରୁ ଏକ ଟ୍ରକ ଧାମରା ବନ୍ଦର ଅଭିମୁଖେ ଯାଉଥିଲା । ନୂଆକରି ଧାମରାକୁ ଗାଡି ନେଇ ଯାଉଥିବା ଡ୍ରାଇଭରକୁ ରାସ୍ତା ଜଣା ନ ଥିବାରୁ ସେ ଗୁଗଲ ମ୍ୟାପ ଦେଖି ଗାଡି ଚଳାଉ ଥିଲେ । ମାତ୍ର ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତାର ଦିଗଛିଆ ଛକ ନିକଟସ୍ଥ ପାତ୍ରସାହି ରାସ୍ତାରେ ଗାଡି ଚଳାଇ ଗାଁ ଭିତରକୁ ନେଇ ଯାଇଥିଲେ । ଅଣଓସ।ରିଆ ଗାଁ ଭିତରେ ବଡ଼ ଟ୍ରକ ଟି ଆଉ ବୁଲି ନ ପାରି ରମେଶ ଦାସଙ୍କ ଘର ଉପରେ ମାଡି ଯାଇଥିଲା। ଏହା ଦେଖି ଗାଁ ଲୋକେ ବାଂଶଡା ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବାଂଶଡା ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରି ଗାଡିକୁ ଉଦ୍ଧାର କରି ଥାନାକୁ ନେଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.