Home ଜିଲ୍ଲା ପରିକ୍ରମା ଧାମରା ବାବୁବାଲି ଠାରେ ଶହ ଶହ ସଂଖ୍ୟାରେ ଡଲଫିନ,ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦାବି

ଧାମରା ବାବୁବାଲି ଠାରେ ଶହ ଶହ ସଂଖ୍ୟାରେ ଡଲଫିନ,ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦାବି

4

ଭଦ୍ରକ, ୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବନ୍ୟପ୍ରାଣୀ ବନଖଣ୍ଡ ଅଂଚଳରେ ଶହ ଶହ ସଂଖ୍ୟାରେ ଡଲଫିନ ଦେଖିବାକୁ ମିଳୁଛି। ଏହି ଡଲଫିଲ ୨ପ୍ରକାର ହୋଇଥିବା ବେଳେ ଗୋଟିଏ ବଟଲ ନୋଜ ଏବଂ ଅନ୍ୟଟି ଇରଓାଡି ପ୍ରଜାତିର ବୋଲି ଜଣାଯାଇଛି। ଧାମରା ନିକଟରେ ଏହି ବାବୁବାଲି ଦ୍ୱୀପ ହୋଇଥିବା ବେଳେ ଏହାର ଦକ୍ଷିଣରେ ଭିତର କନିକା ଅଭୟାରଣ୍ୟ। ବର୍ତମାନ ଧାମରା ଅଂଚଳରେ କଇଁଛ ମାନଙ୍କ ପ୍ରଜନନ ରିତୁ ଚାଲିଥିବା ବେଳେ ଧାମରା ଏବଂ ଭିତରକନିକା ଅଭୟାରଣ୍ୟ ନିକଟବର୍ତୀ ଇଲାକାରେ ମାଛ ଧରା ସଂପୂର୍ଣ ବନ୍ଦ କରାଯାଇଛି। ଏହି ସମୟରେ ଶ୍ରୀଲଙ୍କା ଉପକୂଳ ରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଅଲିଭରିଡଲେ ଆସି ବାବୁବାଲି, ଏକକୁଳା ଏବଂ ଅନ୍ୟ ପାଶ୍ୱବର୍ତୀ ଇଲାକାରେ କଇଁଛ ମାନଙ୍କ ମିଳନ ଚାଲିଥିବା ବେଳେ ଆସନ୍ତା ଫେବୃଆରୀ ମାସରେ ଗଣଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେବ। ଇତ୍ୟବସରେ ଏହି ନଦୀ ମାନଙ୍କରେ ଶହ ଶହ ସଂଖ୍ୟାରେ ଡଲଫିନ ମାଛ ଖେଳୁଥିବାର ଦୃଷ୍ଟି ଗୋଚର ହୋଇଛି। ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ବାବୁବାଲି କୁ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦେବାକୁ ଅଂଚଳବାସୀ ଦାବୀ କରୁଥିବା ବେଳେ ଏହି ବାବୁବାଲି ଦ୍ୱୀପରେ ୨୦୧୬ ମସିହାରେ ୩ହଜାରରୁ ଉର୍ଦ୍ଧ ସଂଖ୍ୟାରେ ଲେମ୍ବୁ, ପିଜୁଳି, ଆମ୍ଭ, ପଣସ, ବରକୋଳି, କଇଥ, ସଫେଦା ଚାରା ରୋପଣ ହୋଇଥିଲା। ତତକାଳୀନ ରେଞର ଅରୁଣ ବେହେରାଙ୍କ ନିର୍ଦେଶ ଏବଂ ବନପାଳ ଗଦାଧର ବିଶ୍ୱାଳଙ୍କ ପରିଶ୍ରମରେ ଏହି ଚାରା ରୋପଣ ହୋଇଥିବା ବେଳେ ବର୍ତମାନ ସମୟରେ ଏହି ଚାରା ଗୁଡିକ ବଡ ବଡ ଗଛରେ ପରିଣତ ହୋଇ ସାରିଛି ଏହି ଦୃଶ ଅତ୍ୟନ୍ତ ମନମୁଗଦ୍ଧକର ହୋଇଥିବା ବେଳେ ଅନ୍ୟ ପକ୍ଷରେ ଅଲିଭରିଡଲେ କଇଁଛଙ୍କ ମିଳନ ଏବଂ ଡଲଫିନ ମାନଙ୍କ ସମୁଦ୍ରରେ ଖେଳୁଥିବା ଦୃଶ ଅତ୍ୟନ୍ତ ମନଲୋଭା ହୋଇ ପାରିଛି। ଏହାକୁ ପର୍ଯ୍ୟଟନ ସ୍ଥଳୀ ଭାବେ ମାନ୍ୟତା ଦିଆଯାଇ ପାରିଲେ ବହୁ ସଁଖ୍ୟାରେ ପର୍ଯ୍ୟଟକ ଏହି ସ୍ଥାନ ମାନଙ୍କୁ ଆସି ଏହି ଦୃଶ୍ୟ ଦେଖିବାର ସୁଯୋଗ ପାଇ ପାରନ୍ତେ ବୋଲି ଚର୍ଚା ଚାଲିଛି। ଅନ୍ୟ ପକ୍ଷରେ ବାବୁବାଲି ନିକଟରେ ଥିବା ଏକ ନଡିଆ ଦ୍ୱୀପ ଦିନକୁ ଦିନ କ୍ଷୟ ହୋଇ ୨୦୨୧-୨୬ ମସିହା ମଧ୍ୟରେ ସମୁଦ୍ରରେ ମିଶିଯାଇଛି। ଏହି ନଡିଆ ଦ୍ୱୀପରେ ପୂର୍ବରୁ ବହୁ ନଡିଆ ଗଛ ଦୃଶ୍ୟ ମାନ ହେଉଥିବା ବେଳେ ଏହା ବର୍ତମାନ ସତା ହରାଇଛି। ଏଥିସହ ବାବୁବାଲି ଦ୍ୱୀପ ନିକଟରେ ହୁଇଲର ଦ୍ୱୀପ ଅବସ୍ଥାନ କରୁଥିବା ବେଳେ ଏହି ଦ୍ୱୀପ କେବଳ ଭାରତର ମାନଚିତ୍ର ନୁହେଁ ପୃଥିବୀ ର ମାନଚିତ୍ର ରେ ଏକ ବିରଳ ସ୍ଥାନ ପାଇଛି ଯାହାକୁ ଅବଦୁଲ କଲାମ ଦ୍ୱୀପ ଭାବେ ନାମିତ। ମାତ୍ର ଏହି କଲାମ ଦ୍ୱୀପ ଦେଶର ପ୍ରତିରକ୍ଷା ସହ ଜଡିତ ହୋଇଥିବାରୁ ଏହାର ପାଶ୍ୱର୍ବର୍ତୀ ଇଲାକା କୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ସମ୍ଭବ ନୁହେଁ ବୋଲି ମଧ୍ୟ ଚର୍ଚା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.