Home ଜିଲ୍ଲା ପରିକ୍ରମା ଚତୁର୍ଦ୍ଦଶ ଭଦ୍ରକ ଜିଲା ମହୋତ୍ସବ – ୨୦୨୫ ଉଦଘାଟିତ, ଯୁବ ପିଢ଼ି ମା, ମାଟି ଓ...

ଚତୁର୍ଦ୍ଦଶ ଭଦ୍ରକ ଜିଲା ମହୋତ୍ସବ – ୨୦୨୫ ଉଦଘାଟିତ, ଯୁବ ପିଢ଼ି ମା, ମାଟି ଓ ମାତୃଭାଷାକୁ ଭଲ ପାଇବା ଶିଖନ୍ତୁ : ଜିଲ୍ଲାପାଳ ଶ୍ରୀ ରାଉତ ରାଏ

23

ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯିଏ ନିଜ ଭାଷାକୁ ଭଲ ପାଏନାହିଁ, ସିଏ ନିଜ ମା’କୁ ଭଲ ପାଏନାହିଁ। ଦିନ ଥିଲା ପଡୋଶୀ ରାଜ୍ୟର କେତେକ କୁଚକ୍ରୀ ଗୋଷ୍ଟି ଆମ ଭାଷାକୁ ଲୋପ କରିବା ଲକ୍ଷରେ “ଓଡ଼ିଆ ଭାଷା ଏକ ଭାଷା ନଏ “ବୋଲି କଠୋର ଅପଶବ୍ଦ ବ୍ୟବହାର କରିବାକୁ ପଛାଇ ନ ଥିଲେ। ସେତେବେଳେ ସ୍ୱଭାବ କବି ଗଙ୍ଗାଧର ମେହେର ଓ ଫକୀରମୋହନ ସେନାପତିଙ୍କ ଭଳି ମହା ମନୀଷୀମାନେ ଆମ ଉତ୍କଳ ମାତାର ସମ୍ମାନ ରଖିବା ପାଇଁ ଯେଉଁ ସଂଘର୍ଷ କରିଥିଲେ, ତାର ପ୍ରତିଦାନରେ ଆଜି ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇ ପାରିଛି ବୋଲି ଭଦ୍ରକର ଐତିହାସିକ ଗାନ୍ଧି ପଡ଼ିଆ, ନୂଆ ବଜାର ଠାରେ ଚତୁର୍ଦଶୀୟ ଜିଲ୍ଲା ସ୍ତରୀୟ ସାଂସ୍କୃତିକ ସମାରୋହକୁ ଉଦଘାଟନ କରି ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ନିଜ ଅଭିଭାଷଣରେ କହିଛନ୍ତି। “କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ମଂଚ’ର “ଆମେ ଓ ଆମ ଭାଷା “ଶୀର୍ଷକ ଏହି ଆଲୋଚନା ଚକ୍ରରେ ସଭାପତି ପଣ୍ଡିତ ଦୈତ୍ୟାରି ମହାପାତ୍ର ସଭାପତିତ୍ୱ କରିଥିବାବେଳେ ଅନ୍ୟତମ ଅତିଥି ଭାବେ କଂଗ୍ରେସ ବିଧାନସଭା ନେତା ଅସିତ ପଟ୍ଟନାୟକ ଯୋଗଦେଇ ଭଦ୍ରକର କଳା, ସଂସ୍କୃତି ଓ ବିକାଶ ଉପରେ ନିଜର ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ କାର୍ଯକାରୀ ସଭାପତି ଦୁର୍ଗା ଶଙ୍କର ବିଶ୍ୱାଳ ସ୍ୱାଗତ ଭାଷଣ ରଖିଥିବାବେଳେ ସମ୍ପାଦକ ସତ୍ୟଭୂଷଣ ସ୍ୱାମୀ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଭାବେ ସମାଜସେବୀ ରାଧାକାନ୍ତ ସାମଲ ଓ କମିଟିର ଉପ ସଭାପତି ଲେଖିକା ଗୀତାରାଣୀ ଆଇଚ ଯୋଗ ଦେଇ ନିଜର ଅଭିଭାଷଣ ରଖିଥିଲେ। ପରବର୍ତୀ ସମୟରେ ଅଥିତିମାନଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଉପ ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଆବାହକ ଶଶି ଭୂଷଣ ସ୍ୱାମୀ, ସାଂସ୍କୃତିକ ସମ୍ପାଦକ ରଶ୍ମିତା ଦାଶ, ସଂଗଠନ ସମ୍ପାଦକ ରମେଶ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ସଂଯୋଜକ ରାଜଲକ୍ଷ୍ମୀ ମହାପାତ୍ର, ଉପ ସଭାନେତ୍ରୀ କଳ୍ପନା ଜେନା, ଯୁଗ୍ମ ସମ୍ପାଦକ ଅରୁଣ କୁମାର ମଲ୍ଲିକ,ପ୍ରଶାନ୍ତ କୁମାର ତ୍ରିପାଠୀ, ମନସ୍ମିତା ଦାସ, ଦୀପାଲୀ ନାୟକ, ସୁନିଲ ଦତ ପ୍ରମୁଖଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବ ପ୍ରତ୍ୟେହ ସନ୍ଧ୍ୟାରେ ସାଧାରଣ ସଭା, ଆଲୋଚନାଚକ୍ର, ସମ୍ବର୍ଦ୍ଧନା ସମାରୋହ, ଆଧ୍ୟାତ୍ମିକ କାର୍ଯ୍ୟକ୍ରମ, କବିତା ପାଠୋତ୍ସବ, ନୃତ୍ୟ, ସଙ୍ଗୀତ, ନାଟକ ଭିତିକ ସାଂସ୍କୃତିକ ବିଚିତ୍ରା,ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓଡ଼ିଶା ଓ ଜିଲ୍ଲା ପ୍ରଶାସନ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଲୋକ କଳା, ଲୋକ ନୃତ୍ୟ, ଚଳଚ୍ଚିତ୍ର ଅଭିନେତା, ଅଭିନେତ୍ରୀ , ମଂଚ କଳାକାର, ହାସ୍ୟ ଅଭିନେତା, ଅଭିନେତ୍ରୀ, ଯାତ୍ରା କଳାକାର, ବିଶିଷ୍ଟ ସଙ୍ଗୀତଜ୍ଞଙ୍କ ସମାରୋହରେ ଗତ ୨ତାରିଖରୁ ଆରମ୍ଭ ୧୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବବୋଲି ମହୋତ୍ସବର ସମ୍ପାଦକ ଏସ ସତ୍ୟ ଭୂଷଣ ସ୍ୱାମୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.