Home ଜିଲ୍ଲା ପରିକ୍ରମା ବନ୍ଧୁକ ଦେଖାଇ ଭୟବିତ କରୁଥିବା ୨ଯୁବକଙ୍କୁ ପୋଲିସ ଉଠାଇନେଲା

ବନ୍ଧୁକ ଦେଖାଇ ଭୟବିତ କରୁଥିବା ୨ଯୁବକଙ୍କୁ ପୋଲିସ ଉଠାଇନେଲା

4

ଭଦ୍ରକ, ୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରମ୍ଭିଳା ପଞ୍ଚାୟତର ସୁଶୀଳା ଦେଇପୁର ଗାଁରେ ବନ୍ଧୁକ ଧରି ଗ୍ରାମବାସୀଙ୍କୁ ଭୟଭୀତ କରୁଥିବା ଦୁଇ ଯୁବକଙ୍କୁ ଗ୍ରାମବାସୀ କାବୁ କରି ପୋଲିସକୁ ଜିମା ଦେଇଥିବା ଜଣା ପଡିଛି।ସୂଚନା ଅନୁସାରେ ରମ୍ଭିଳାର ଚିନ୍ତାମଣୀ ଶଙ୍ଖୁଆ ସସ୍ତ୍ରିକ ଚରମ୍ପାରୁ ଘରକୁ ଫେରୁଥିବା ବେଳେ ଦୁଇ ଜଣ ଯୁବକ ବାଇକରେ ଆସି ତାଙ୍କୁ ସାଇଡ ମାରିଥିଲେ। ଶ୍ରୀ ଶଙ୍ଖୁଆ କହିବାରୁ ସଙ୍ଗେ ସଙ୍ଗେ ଦୁଇ ଯୁବକ ପିସ୍ତଲ କାଢି ମାରି ଦେବାକୁ ଧମକ ଦେଇଥିଲେ। ତାଙ୍କ ମଧ୍ୟରେ ଯୁକ୍ତି ତର୍କ ଚାଲିଥିବା ବେଳେ ସ୍ଥାନୀୟ ଲୋକେ ଘେରି ଯାଇ ଦୁଇ ଯୁବକଙ୍କୁ କାବୁ କରି ନେଇଥିଲେ।ଖବର ପାଇ ଗ୍ରାମାଞ୍ଚଳ ପୋଲିସ ପହଂଚି ଦୁଇ ଯୁବକଙ୍କୁ ଥାନାକୁ ନେଇ ଯାଇଥିବା ଜଣା ପଡିଛି।ସ୍ଥାନୀୟ ଲୋକ ଛିନତାଇ କରିବାକୁ ଆସିଥିବା କହୁଥିବା ବେଳେ ୨ଯୁବକଙ୍କ ପରିଚୟ ମିଳି ପାରି ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.