ଭଦ୍ରକ, ୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବ୍ଲକ ସ୍ତରୀୟ ସାଂସଦ ଖେଳ ମହୋତ୍ସବ ଚଳିତ ମାସ ୫ ତାରିଖ ଠାରୁ ଆରମ୍ଭ ହେବ। ଏ ନେଇ ମଙ୍ଗଳବାର ଏକ ପ୍ରସ୍ତୁତି ବୈଠକ ଧାମନଗର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ଶିକ୍ଷାଧିକାରୀ ପ୍ରଫୁଲ୍ଲ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସରକାରଙ୍କ ପକ୍ଷରୁ ବିକଶିତ ଭାରତ ପାଇଁ କ୍ରୀଡ଼ାରେ ଯୁବ ଶକ୍ତିର ଉତଥାନକୁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ସାଂସଦ ଖେଳ ମହୋତ୍ସବ ଏଥିପାଇଁ ସୁଯୋଗ ସୃଷ୍ଟି କରିବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।ଚଳିତ ଡିସେମ୍ବର ୫ ରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ବର୍ତମାନ ସୁଦ୍ଧା ୧୨ ଶହ ସ୍କୁଲ କଲେଜ ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିବା ଜଣାପଡ଼ିଛି।ଦୋବଲ କାଳୀ ପଡ଼ିଆ ଏବଂ ଧାମନଗର ଇଣ୍ଡୋର ଷ୍ଟାଡିୟମରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଫୁଟବଲ, କବାଡି,ଖୋଖୋ,ବ୍ୟାଡମିଂଟନ,ସାଇକେଲ ରେସ,ସ୍ମିପିଂ,ସର୍ଟ ଫୁଟ ଆଦି ଖେଳ ଖେଳାଯିବ।ପ୍ରସ୍ତୁତି ବୈଠକରେ ଏବିଇଓ ସତ୍ୟ ସୁନ୍ଦର ପରିଡ଼ା, ମନ୍ତ୍ରୀ ଙ୍କ ବ୍ଲକ ପ୍ରତିନିଧି ଅଶୋକ ପୁହାଣ,ଅରବିନ୍ଦ ପତି,ବୈକୁଣ୍ଠ ନାଥ ସାହ ଙ୍କ ସମେତ ବିଭିନ୍ନ ବିଦ୍ୟାଳୟ ର କ୍ରିଡାଶିକ୍ଷକ ମାନେ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ଏବିଇଓ ଭୀମସେନ ହୋ ଧନ୍ୟବାଦ ଅର୍ପଣ କରିଥିଲେ।







