Home ଜିଲ୍ଲା ପରିକ୍ରମା ଓଡ଼ିଶା ବ୍ରିଗେଡ଼ ସୈନିକ ସ୍କୁଲର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସଭା

ଓଡ଼ିଶା ବ୍ରିଗେଡ଼ ସୈନିକ ସ୍କୁଲର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସଭା

6

ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ଆଡ଼ିଆ ସ୍ଥିତ ବ୍ରିଗେଡ଼ ସୈନିକ ସ୍କୁଲରେଆଜି ଶିଶୁ ଦିବସ ଅବସରରେ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ୋଇଯାଇଛି। ଉତ୍ସବରେ ମୁଖ୍ୟଅତିଥି ଭାବେ ବନ୍ତ ବ୍ଲକ ସହ ଶିକ୍ଷାଧିକାରୀ ଭାଗୀରଥି ପାତ୍ର ଯୋଗ ଦେଇ ସମାଜ ଯେତିକି ଆଗକୁ ଯାଉଛି ମଣିଷପଣିଆ ସେତିକି ପଛକୁ ଯାଉଛି। ସମାଜରେ ଭଲ ମଣିଷ ମିଳିବା ବିରଳ। ସେଥିପାଇଁ ନିଜ ପିଲାଙ୍କୁ ଭଲ ମଣିଷ କରି ଗଢ଼ିବା ପାଇଁ ପରାମର୍ଶ ଦେଇଥିଲେ। ସ୍କୁଲ କମିଟିର ସଭାପତି ଶିକ୍ଷକ ଜଗନ୍ନାଥ ମଲ୍ଲିକ ସଭାପତିତ୍ୱ କରିଥିବା ବେଳେ ସିଆର୍‌ସିସି କୃଷ୍ଣଚନ୍ଦ୍ର ଜେନା ଅତିଥି ପରିଚୟ ପ୍ରଦାନ ସହ ମଂଚ ସଂଚାଳନ କରିଥିଲେ। ଉଦ୍‌ଘାଟକ ଭାବେ ଆଡିଆ ସରପଂଚ ମୀନାକୁମାରୀ ଜେନା, ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ଅନ୍ୟତମ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ପାଢ଼ୀ, ସାହିତ୍ୟିକ ତଥା କବି ଚତୁର୍ଭୁଜ ପହୀ, ଆଡ଼ିଆ ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ହୃଷିକେଶ ମିଶ୍ର, ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରବୀନ୍ଦ୍ର ପ୍ରସାଦ ନନ୍ଦ, ସିଆର୍‌ସିସି ଗୌତମ ଭୂୟାଁ, ଉପଦେଷ୍ଟା ବିଶ୍ୱନାଥ ବିନ୍ଧାଣୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଅଧ୍ୟକ୍ଷ ହରିହର ଜେନା ସ୍ୱାଗତ ଭାଷଣ, ଶିକ୍ଷୟତ୍ରୀ ପୁଷ୍ପା ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ଦ୍ୱିତୀୟ ଅଧିବେଶନରେ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ଅତିଥି ଭାବେ ବେସରକାରୀ ବିଦ୍ୟାଳୟ ସଂଘର ସଭାପତି ପୂର୍ଣ୍ଣଚନ୍ଦ୍ର ସେନ, ସମ୍ପାଦକ ପ୍ରହ୍ଲାଦ କର, ଶିକ୍ଷାବିତ୍ କାଳନ୍ଦୀ ଚରଣ ଖୁଂଟିଆ, ବୃନ୍ଦାବନ ଶତପଥି, କବି କୀର୍ତନ ନାୟକ, ଶିକ୍ଷୟତ୍ରୀ ବିଶ୍ୱବନ୍ଦିତା ବେହେରା ପ୍ରମୁଖ ଯୋଗ ଦେଇ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। ବିଦ୍ୟାଳୟର ଛାତ୍ରୀଛାତ୍ର ମାନେ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ। ଦିବସବ୍ୟାପୀ କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷୟତ୍ରୀ/ ଶିକ୍ଷକ ଅଶଶୀ ରାଉତ, ରଶ୍ମିରେଖା ପାତ୍ର, ଦେବୀଚନ୍ଦ୍ରିକା ନାୟକ, ସ୍ୱର୍ଣ୍ଣପ୍ରଭା ନାୟକ, ତପସ୍ୱିନୀ ଜେନା, ଶୁଭଶ୍ରୀ ସାମଲ, ଶ୍ରୀଧର ସେଠୀ, କର୍ମଚାରୀ ବାସନ୍ତୀ ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ଶିକ୍ଷକ କାଶୀନାଥ ଆଇଚ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.