Home ଜିଲ୍ଲା ପରିକ୍ରମା ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତଙ୍କ ୮୪ ତମ ଜନ୍ମ ଦିନରେ ରକ୍ତଦାନ ଶିବିର

ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତଙ୍କ ୮୪ ତମ ଜନ୍ମ ଦିନରେ ରକ୍ତଦାନ ଶିବିର

7

ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତ ଙ୍କ ୮୪ ତମ ଜନ୍ମତିଥି ରେ ରକ୍ତଦାନ ଶିବିର ସ୍ଥାନୀୟ ଆଇ ଜୀ ଏମ କଲେଜ୍ ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୫ ଜଣ ରକ୍ତ ଦାତା ସ୍ୱେଛାକୃତ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ପୂର୍ବତନ ସାଂସଦ ମୁରଲୀ ଧର ଯେନା ଉଦ୍ଘାଟନ କରିଥିଲେ । ଅତିଥି ଭାବେ ଧୁଶୁରୀ ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେ,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ନାରାୟଣ ଚନ୍ଦ୍ର ପାଢୀ,ନରେନ୍ଦ୍ର ମଲିକ,ବରିଷ୍ଟ ନେତା,ଦେବେନ୍ଦ୍ର ମହାନ୍ତି, ସୁଧୀର ଖଟୁଆ,ପ୍ରସନ୍ନ ଧଳ,ନିମାଇଁ ଜେନା,ନିରାକାର ଧଳ,ହରିହର ସାହୁ,ରବୀନ୍ଦ୍ର ନାୟକ, ପରମାନନ୍ଦ ସାୟନ୍ତ୍‌, ରମେଶ ବେହେରା, ଆଲୋକ ସ୍ୱାଇଁ,ସଂଗ୍ରାମ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ୱ ରେ କଲେଜ ପରିସର ରେ ଥିବା ସ୍ୱର୍ଗତ ରାଉତ ଙ୍କ ପ୍ରତିମୂର୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରା ଯାଇଥିଲା।କଲେଜ ପାଇଁ ସ୍ୱର୍ଗତ ରାଉତ ଙ୍କ ଅବଦାନ ସମ୍ପର୍କରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ ।ସ୍ୱର୍ଗତ ରାଉତ ଙ୍କ ପୁତ୍ର ଅଭିଷେକ ରାଉତ ସମସ୍ତ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.