Home ଜିଲ୍ଲା ପରିକ୍ରମା ପୂର୍ବତନ ସରପଂଚ ଚିତରଂଜନ ରାଉତଙ୍କ ସ୍ମୃତିସଭା

ପୂର୍ବତନ ସରପଂଚ ଚିତରଂଜନ ରାଉତଙ୍କ ସ୍ମୃତିସଭା

11

ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମାଜସେବୀ ତଥା ବିଜେଡିର ବରିଷ୍ଠ ନେତୃତ୍ୱ, ଭଦ୍ରକ ବ୍ଲକ୍ ବନ୍ଧଗାଁ ଗ୍ରାମପଂଚାୟତର ପୂର୍ବତନ ସରପଂଚ ତଥା ପୂର୍ବତନ ଆମ୍ବରୋଳି ସୋସାଇଟିର ସଭାପତି, ଆଗଧାଡିର ସଂଗଠକ ସ୍ୱର୍ଗତଃ ଚିତରଂଜନ ରାଉତ (ନାଲୁ)ଙ୍କ ଅସମୟରେ ସମସ୍ତଙ୍କୁ ଛାଡିଗଲେ ସତେ, କିନ୍ତୁ ତାଙ୍କର ସାହସିକତା, ପରୋପକାରିତା ମନୋଭାବ ଆଜି ତାଙ୍କୁ ଜୀବିତ କରି ରଖିଛି ବୋଲି ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି। ପ୍ରାରମ୍ଭରେ ତାଙ୍କ ସ୍ମୃତିସଭାରେ ଉପସ୍ଥିତ ସମସ୍ତ ଅତିଥିମାନେ ତାଙ୍କ ତୈଳଚିତ୍ରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ସ୍ମୃତିସଭାରେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ସାଂସଦ ମଂଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ, ଭଦ୍ରକ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ଭଦ୍ରକ ଜିଲା ବିଜେଡି ଯୁବ ସଭାପତି ତଥା ଭଦ୍ରକ ବ୍ଲକ୍ ଉପାଧ୍ୟକ୍ଷ ମୁକୁନ୍ଦଦେବ ସାମଲ, ବିଜେଡି ଜିଲା ସଭାପତି ଜଗନ୍ନାଥ ସ୍ୱାଇଁ, ଭଦ୍ରକ ବ୍ଲକ୍ ସଭାପତି ପ୍ରଫୁଲ୍ଲ ନାୟକ, ଲାୟନ୍ସ କ୍ଲବ୍ ଜିଲା ସଭାପତି ତଥା ସମାଜସେବୀ ଅଶୋକ ମହାନ୍ତିଙ୍କ ସମେତ ସରପଂଚ, ସମିତିସଭ୍ୟ, ବିଜେଡିର ବହୁ କର୍ମକର୍ତା, ସଦସ୍ୟବୃନ୍ଦ ଉପସ୍ଥିତ ରହି ତାଙ୍କର ସ୍ମୃତିଚାରଣ କରିଥିଲେ। ଏବଂ ସେ ସର୍ବଦା ସମସ୍ତଙ୍କର ହୃଦୟରେ ଅମର ହୋଇ ରହିବେ ବୋଲି କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.