Home ଜିଲ୍ଲା ପରିକ୍ରମା ୭୧ ବର୍ଷରେ ଘେଂଟଶ୍ୱର ସାର୍ବଜନୀନ କାଳୀପୂଜା,ଚାଲିଛି ମା’ଙ୍କ ଆବାହନ, ଜମୁଛି ମେଳା

୭୧ ବର୍ଷରେ ଘେଂଟଶ୍ୱର ସାର୍ବଜନୀନ କାଳୀପୂଜା,ଚାଲିଛି ମା’ଙ୍କ ଆବାହନ, ଜମୁଛି ମେଳା

6

ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଘେଂଟଶ୍ୱର ଅଂଚଳରେ କାଳୀପୂଜା ଜମୁଛି। ସୋମବାର ସକାଳେ ଘଟ ଉତୋଳନ ପରେ ବିଳମ୍ବିତ ରାତିରୁ ମା’ଙ୍କ ପୂଜା ଆରମ୍ଭ ହୋଇଛି। ମା’ଙ୍କ ଚକ୍ଷୁଦାନ, ପ୍ରାଣ ପ୍ରତିଷ୍ଠା, ନ୍ୟାସ ସହ ରାତିସାରା ବିଶେଷ ପୂଜା ଚାଲିଥିଲା। ଏଥିସହ ଚଣ୍ଡୀ ପାଠ, ରୁଦ୍ରାଭିଷେକ ସମେତ ଅନେକ ବିଶେଷ ପୂଜା ଉପଚାର ମଧ୍ୟରେ ଆରମ୍ଭ ହୋଇଛି।ଅନ୍ୟପଟେ ମନ୍ଦିର ସମ୍ମୁଖ ପଡ଼ିଆରେ ମେଳା ଲାଗିଥିବା ବେଳେ ଆରମ୍ଭରୁ ଶ୍ରଦ୍ଧାଳୁଙ୍କ ଗହଳି ମଧ୍ୟ ଲାଗି ରହିଛି। ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ ସହ ମେଳାର ମଜା ନେଉଛନ୍ତି। ଏଠାରେ ୭ ଦିନ ଧରି ମେଳା ଚାଲିବାକୁ ଥିବା ବେଳେ ପ୍ରତି ସନ୍ଧ୍ୟାରେ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଘେଂଟଶ୍ୱର ସାର୍ବଜନୀନ କାଳୀପୂଜା କମିଟି ପକ୍ଷରୁ ପ୍ରକାଶ। ସମଗ୍ର ଜିଲ୍ଲାରେ ଘେଂଟଶ୍ୱର କାଳୀପୂଜାର ସ୍ୱତନ୍ତ୍ର ପରିଚୟ ରହିଛି। ଚଳିତବର୍ଷ ଏଠାରେ ପୂଜା ୭୧ ବର୍ଷରେ ପଦାର୍ପଣ କରିଛି। ଏଠାରେ ପ୍ରତିବର୍ଷ ମା’ଙ୍କ ସୁନ୍ଦର ମୂର୍ତି ସହ ବିଭିନ୍ନ କଳାକୁଞ୍ଜ ନିର୍ମାଣ କରାଯାଇଥାଏ। ଏଥର ‘ଦାନବୀର ହରିଶ୍ଚନ୍ଦ୍ର’, ‘ସାବିତ୍ରୀ, ସତ୍ୟବାନ କଥା’, ‘ପରକୀୟା ପ୍ରୀତି ଉପରେ ସଚେତନତା’ ଭଳି ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କଥା ସମ୍ପର୍କିତ କଳାକୁଞ୍ଜ ନିର୍ମାଣ କରାଯାଇଛି। ଏଥିସହ ଆର୍କଷଣୀୟ ତୋରଣ ଓ ଆଲୋକମାଳାରେ ଝଲସୁଛି ମଣ୍ଡପ। ସାଂସ୍କୃତିକ କାର୍ଯ୍ୟକ୍ରମରେ ପାଲା ଓ ଭଜନ ସନ୍ଧ୍ୟା ଅନୁଷ୍ଠିତ ହେବ। ଅନ୍ୟପଟେ ଅପେରା ପାର୍ଟି ମଧ୍‌ଯ ନାଟକ ପରିବେଷଣ କରୁଛି। କମିଟିର ସମସ୍ତ ସଦସ୍ୟ ପୂଜାକୁ ସୁରୁଖୁରୁରେ ସାରିବା ପାଇଁ ସମ୍ପୂର୍ଣ ସହଯୋଗ କରୁଛନ୍ତି। ବାଂଶଡ଼ା ଥାନା ଓ ଘେଂଟଶ୍ୱର ଫାଣ୍ଡି ପୁଲିସ୍ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.