ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମା ଭଦ୍ରକାଳୀ ଙ୍କ ସ୍ୱରୂପିଣୀ ପୀଠରେ ଅବସରପ୍ରାପ୍ତ ଶିକ୍ଷକ ବିଚିତ୍ରାନନ୍ଦ ସାହୁଙ୍କ ଲିଖିତ ସର୍ବ ସ୍ୱରୂପିଣୀ ମା ଭଦ୍ରକାଳୀ ପୁସ୍ତକ ଲୋକର୍ପିତ ହୋଇଛି । ବିଚିତ୍ରାନନ୍ଦ ସାହୁ ଜଣେ ଶିକ୍ଷକ , ବିଭିନ୍ନ ହାଇସ୍କୁଲରେ ତିରିଶି ବର୍ଷ ଶିକ୍ଷକତା ପରେ ୨୦୦୩ ମସିହାରେ ଅବସର ନେଇ ଓଡ଼ିଶାର ଅନେକ ପ୍ରସିଦ୍ଧ ଦେବୀ ଓ ଦେବୀପୀଠ ଦର୍ଶନ ପରେ ଆମ ରାଜ୍ୟ ବାହାରେ ପଶ୍ଚିମବଙ୍ଗ , ରାଜସ୍ଥାନ, ଦିଲ୍ଲୀ, ହିମାଚଳ ପ୍ରଦେଶର ଅନେକ ଦେବୀ ପୀଠ ଦର୍ଶନ କରି ପ୍ରାୟ ଦଶ ବର୍ଷ ତଳେ ମା ଭଦ୍ରକାଳୀଙ୍କ କରିବାକୁ ଆସିଥିଲେ ଓ ଲେଖକ ଶ୍ରୀ ସାହୁ କହିଛନ୍ତି ଚଣ୍ଡୀ ପୁରାଣରେ ୬ ଗୋଟି ଶ୍ଳୋକ ରେ ମା ଭଦ୍ରକାଳୀଙ୍କ ସମର୍କରେ ଉଲ୍ଲେଖ ରହିଛି । ସମଗ୍ର ଦେଶରେ ଥିବା ୫୧ ଗୋଟି ଶକ୍ତିପୀଠ ଭ୍ରମଣ କରି ୫୧ ଗୋଟି ଶ୍ଳୋକ ସଂଗ୍ରହ କରିଥିବା ବେଳେ ସେଥିରେ ମା ଭଦ୍ରକାଳୀ କେବଳ କାଳିନୁହଁନ୍ତି ସେ ମହାକାଳୀ, ମହାଲକ୍ଷ୍ମୀ, ମହାସରସ୍ୱତୀ, ସାବିତ୍ରୀ,ଗାୟତ୍ରୀ, ଦୁର୍ଗା, ଚିନ୍ନମସ୍ତା, ବଗଳାମୁଖୀ, ସୁଭଦ୍ରା,କୃଷ୍ଣା ଏବଂ କାମାକ୍ଷା ଅଟନ୍ତି । ଏହି ଶ୍ଳୋକ ସଂଗ୍ରହ କରିବାକୁ ଲେଖକଙ୍କୁ ଦୀର୍ଘ ୧୦ ବର୍ଷ ଧରି ସାଧନା କରିବାକୁ ପଡିଛି ଯାହା ନିଜ ପୁସ୍ତକରେ ଲିପିବଧ କରିଛି ବୋଲି କହିଛନ୍ତି । ଏହି ଲୋକର୍ପଣ ଉତ୍ସବରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଅଧ୍ୟାପକ ପବିତ୍ର ପାଣିଗ୍ରାହୀ ,ମଞ୍ଜୁଶ୍ରୀ ବିଶ୍ୱାଳ, ପ୍ରଦ୍ୟୁମ୍ନ୍ୟୁ ବିଶ୍ୱାଳ ଙ୍କ ସହିତ ବହୁ ପଣ୍ଡିତ ଏବଂ ବିୱାନ ଯୋଗ ଦେଇଥିଲେ ।








