ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ତିନି ମାସ ମଧ୍ୟରେ ବ୍ଲକ ପ୍ରଶାସନ ପକ୍ଷ ରୁ ପ୍ରଦାନ କରାଯାଇଥିବା ରେସ ନ କାର୍ଡ ର ୯୦ ଶତକଡା ହିତାଧିକାରୀ ଙ୍କ ଠାରୁ ୧୫୦୦ରୁ ୩୫୦୦ପର୍ଯନ୍ତ ଅର୍ଥ ନିଆ ଯାଉଥିବା ଖବର ଦାଣ୍ଡ ରେ ପଡ଼ି ହାଟ ରେ ଗଡୁଛି। ଯୋଗାଣ ବିଭାଗ କାର୍ଯାଳୟ ଟି ସମ୍ପୂର୍ଣ ଦଲାଲ ଯୁକ୍ତ ହୋଇ ଅଛି। ସାଧାରଣ ଲୋକ ଟି ଏ ଅଧିକାରୀ ଙ୍କ ନିକଟ କୁ ଛଡା ଯାଉନାହିଁ। ଅଧୁକାରୀ ଙ୍କୁ ୧୫/୨୦ଦଲାଲ ଘେରିକାରୀ ରହୁଛନ୍ତି ଦିନ ତମାମ । ଅଫିସ ନେଉଅଛି ୧୦୦୦ଟଙ୍କା ବୋଲି ନୂଆ କାର୍ଡ ପିଛା ବୋଲି ଦଲାଲ ମାନେ ଖୋଲାମ ଖୋଲା ହିତାଧିକାରୀ ମାନଙ୍କୁ କହୁ ଛନ୍ତି। ଏହି ତିନି ମାସ ମଧ୍ୟରେ ପ୍ରାୟ ୫୦୦୦ରୁ ଉର୍ଦ୍ଧ କାର୍ଡ ହୋଇ ଥିଲା ବେଳେ ମୋଟା ଅଙ୍କ ର ଅର୍ଥ କୁ ଶାସକ ଦଳ ର କୁଜି ନେତା ଓଛୋଟ ରୁ ବଡ଼ ଅଧିକାରୀ ଅଧିକାରୀ ଆତ୍ମ ସାତ କରିଥିବା ସ୍ପଷ୍ଟ ହୋଇ ଅଛି। କାରଣ ଯୋଗାଣ ଅଧିକାରୀ ଙ୍କ ପାସ୍ ୱାର୍ଡ ବିଡ଼ିଓ କିଛିଦିନ ପାଇଁ ନେଇ ଯାଇଥିବା ଓ ପରେ କିଛି ସମଝତା ପ୍ରାୟ ହେବାପରେ ଦେଇଦେବ ଖବର ଆସିଥିଲା। ଆହୁରି ମଧ୍ୟ ଏହି କାର୍ଯାଳୟ ଖୋଲିବା ମାତ୍ର ଶାସକ ବିଜେପି ର ପଂଚାୟତ ନେତୃତ୍ୱ ସେଠାରେ ଆସ୍ଥାନ ଜମାଇବା, ଏହାର ମଧ୍ୟ ଫଟୋ ସାମାଜିକ ଗଣ ମାଧ୍ୟମ ରେ ଘୁରି ବୁଲୁଥିବା ଦେଖା ଯାଇଥିଲା। ଆଜି ବିଳମ୍ବ ରେ ହେଉ ପଛେ ବିଜେଡି ପକ୍ଷ ରୁ ବିଜେପି ର ଆସ୍ଥାନ ଜମାଇବା ନେଇ ସନ୍ଧ୍ୟା ରେ କାର୍ଯାଳୟ କୁ ଆସି ପଚାରିବାରୁ ଉଭୟ ଗୋଷ୍ଠି ମଧ୍ୟ ରେ ବଚସା ହୋଇ ଥିଲା। ବିଡ଼ିଓ ଦେବଦତ ଦାସ ଏନେଇ କିଛି ଜାଣି ନଥିବା ମତ ଦେଇଛନ୍ତି।








