Home ଜିଲ୍ଲା ପରିକ୍ରମା ରାସ୍ତା ନିର୍ମାଣରେ ପ୍ରତିବନ୍ଧକ ସାଜିଛି ଜବରଦଖଲ,ବିନିଯୋଗ ହୋଇପାରୁନି ୧୬ଲକ୍ଷ ଅନୁଦାନ, ସଂଯୋଗ ହୋଇପାରୁନି ମୁକୁନ୍ଦପୁର ପଂଚାୟତ...

ରାସ୍ତା ନିର୍ମାଣରେ ପ୍ରତିବନ୍ଧକ ସାଜିଛି ଜବରଦଖଲ,ବିନିଯୋଗ ହୋଇପାରୁନି ୧୬ଲକ୍ଷ ଅନୁଦାନ, ସଂଯୋଗ ହୋଇପାରୁନି ମୁକୁନ୍ଦପୁର ପଂଚାୟତ ସହ ଗୁଡ଼ୁପାଳ ଗାଁ

5

ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ମୁକୁନ୍ଦପୁର – ଗୁଡୁପାଳ ରାସ୍ତା ନିର୍ମାଣ ହୋଇପରୁ ନାହିଁ । ରାସ୍ତା ନିର୍ମାଣରେ ଜବରଦଖଲ ପ୍ରତିବନ୍ଧକ ସାଜିଛି। ଯେଉଁଥି ପାଇଁ ରାସ୍ତା ନିର୍ମାଣହେବାକୁ ଆସିଥିବା ୧୬ଲକ୍ଷ୍ ଟଙ୍କା ଅନୁଦାନ ଖର୍ଚ ହୋଇନପାରି ପଡିରହିଛି । ।ରାସ୍ତା ନିର୍ମାଣ ହୋଇନପାରିବାରୁ ମୁକୁନ୍ଦପୁର ପଂଚାୟତ ସହିତ ଗୁଦୁପାଳ ଗାଁର ସଂଯୋଗ ହୋଇପରୁନାହିଁ ।ସେହି ରାସ୍ତା ପାର୍ଶ୍ୱରେ କେତେକ ବ୍ୟକ୍ତିଙ୍କର ବ୍ୟକ୍ତିଗତ ଜମା ଥିବାବେଳେ ଅନ୍ୟ କେତେକ ସରକାରୀ ଜାଗା ଜବରଦଖଲ କରିଥିବାରୁ ରାସ୍ତା ନିର୍ମାଣ ହୋଇପାରୁ ନଥିବା ଜଣାଯାଇଛି । ଯାହାଫଳରେ ଏବେବି ଲୋକମାନେ ମାଟି ରାସ୍ତାରେ ଯାତାୟାତ କରିବା ବେଳେ ବହୁ ଅସୁବିଧାରେ ପଡ଼ୁଛନ୍ତି । ପଂଚାୟତବାସୀ ବିଭିନ୍ନ ସମୟରେ ବିଭାଗୀୟ କର୍ତୃପକ୍ଷ, ତହସିଲଦାର ଏବଂ ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ଯେଉଁଥି ପାଇଁ ମୁକୁନ୍ଦପୁର ଓ ଗୁଡୁପାଳ ଅଧିବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ମୁକୁନ୍ଦପୁର ପଂଚାୟତ କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ଗୁଡ଼ୁପାଳ ରାସ୍ତା ବିଗତ ୧୦ବର୍ଷ ମଧ୍ୟରେ ସ୍ଥାୟୀ ରାସ୍ତା ନିର୍ମାଣ ହୋଇପାରିନାହିଁ । ଏହି ରାସ୍ତା କଂକ୍ରିଟ ହେବା ତ ଦୂରର କଥା ଖାଲଖମା ଭର୍ତି ମାଟି ରାସ୍ତାଟି ଅତ୍ୟନ୍ତ ଶୋଚନୀୟ ଅବସ୍ଥା ହୋଇ ପଡିରହିଛି । ଗୁଡ଼ୁପାଳ ଗ୍ରାମବାସୀ ବିଭିନ୍ନ କାର୍ଯ୍ୟ ନେଇ ପଂଚାୟତ କାର୍ଯ୍ୟାଳୟକୁ ସେହି ରାସ୍ତା ଦେଇ ଯାଇଥାନ୍ତି । ମାତ୍ର ରାସ୍ତାର ଦୁରା୍ୱସ୍ଥା ପାଇଁ ସେମାନେ ବହୁ କଷ୍ଟ ଭୋଗୁଛନ୍ତି । ରାସ୍ତା ନିର୍ମାଣ ପାଇଁ ୧୬ଲକ୍ଷ ଟଙ୍କା ଅନୁଦାନ ମିଳିଥିଲେ ବି ଏହା କାର୍ଯ୍ୟରେ ଲାଗି ପାରୁନାହିଁ । କେତେକ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଜାଗା ରହିଥିବାରୁ ରାସ୍ତା ନିର୍ମାଣ ହେବାରେ ସମସ୍ୟା ଉପୁଜିଛି । ତେବେ ବ୍ୟକ୍ତିଗତ ଜାଗାକୁ ବାଦ ଦେଇ ରାସ୍ତା ପାର୍ଶ୍ୱରେ ଥିବା ସରକାରୀ ଜାଗା ଉପରେ ରାସ୍ତା ନିର୍ମାଣ କରିବାକୁ ସେମାନେ ଦାବି କରିବା ସଙ୍ଗେସଙ୍ଗେ ଜବରଦଖଲରେ ଥିବା ସରକାରୀ ଜାମିକୁ ଜବରଦଖଲ ମୁକ୍ତ କରିବାକୁ ପଂଚାୟତବାସୀ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛି କାର୍ଯ୍ୟକାରୀ ନହେବା ପରିତାପର ବିଷୟ ହୋଇଛି । ତେବେ ଜବରଦଖଲ ହଟାଇ ରାସ୍ତା ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ଉଜ୍ଜଳ ନାୟକ, ଦିଗମ୍ବର ରାଉଳ,ପିତାମ୍ବର ସେଠୀ,ସତ୍ୟରଞ୍ଜନ ନାୟକ, ସୁଶାନ୍ତ ନାୟକ, ମଧୁସୂଦନ ଦାସ, ବସନ୍ତ ନାୟକ, ଅଜୟ ମହାଳିକ ,ଅଜୟ ନାୟକ ପ୍ରମୁଖ ପଂଚାୟତବାସୀ ଦାବି କରିଛନ୍ତି କ୍ଷ ତେବେ ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ କୃତିବାସ ମହାପାତ୍ର କହନ୍ତି,ଜାଗାକୁ ନେଇ ଥିବା ସମସ୍ୟାର ସମାଧାନ ହେଲେ ରାସ୍ତା ନିର୍ମାଣ ଦିଗରେ ପଦକ୍ଷେପ ନିଆଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.