ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ପଂଚାୟତ ଇଚ୍ଛଦା ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା। ଜେଜେ ମାଆ ଶୁଦ୍ଧିକ୍ରିୟାରେ ଗାଧାଉଥିବା ବେଳେ ନାତିର ଅକାଳ ମୃତ୍ୟୁ ଘଟିଛି। ମୃତ ଯୁବକ ଅଞ୍ଜନ ପାଣିଙ୍କ ୨୧ ବର୍ଷୀୟ ପୁଅ ପ୍ରକାଶ ପାଣି ଜେଜେମା’ ତୁଳସୀ ପାଣିଙ୍କ ଦଶାହ ଶୁଦ୍ଧିକ୍ରିୟାରେ ନିକଟସ୍ଥ ରେବ ନଦୀରେ ସ୍ନାନ କରିବାକୁ ଯାଇଥିଲେ। ସ୍ନାନ ସମୟରେ ଅସାବଧାନତା ବଶତଃ ଗୋଡ଼ ଖସି ପାଣିରେ ବୁଡ଼ି ଯାଇଥିଲେ। ଖବର ପାଇ ଗ୍ରାମବାସୀ ଓ ଅଗ୍ନିଶମ ବିଭାଗ ଦୀର୍ଘ ସମୟ ଖୋଜାଖୋଜି କରି ପାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି। ପ୍ରକାଶ ଥାଉକି ପ୍ରକାଶ ଭୁବନେଶ୍ୱରର ଏକ ଘରୋଇ କଲେଜରେ ବି-ଟେକ ପଢୁଥିଲେ।








