Home ଜିଲ୍ଲା ପରିକ୍ରମା ଶକ୍ତିପୀଠ ବ୍ରାହ୍ମଣପାଳରେ ‘ଶକ୍ତିମୟୀ’ ପତ୍ରିକା ର ଅଷ୍ଟାଦଶ ସଂଖ୍ୟା ଉନ୍ମୋଚିତ

ଶକ୍ତିପୀଠ ବ୍ରାହ୍ମଣପାଳରେ ‘ଶକ୍ତିମୟୀ’ ପତ୍ରିକା ର ଅଷ୍ଟାଦଶ ସଂଖ୍ୟା ଉନ୍ମୋଚିତ

12

ଭଦ୍ରକ, ୨୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ପୁରାତନ ଶକ୍ତିପୀଠରେ ବ୍ରାହ୍ମଣପାଳ ରେ ଦୀର୍ଘ ୫ ଶହ ବର୍ଷ ଧରି ଶ୍ରୀଶ୍ରୀ ମା’ ଦକ୍ଷିଣକାଳୀଙ୍କର ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା ହୋଇଆସୁଥିବା ବେଳେ ମା’ଙ୍କର ମହିମା ଓ ବହୁ ଅଲୌକିକ ଘଟଣାର ସ୍ଫଟିଟିଜଡ଼ିତ ଇତିହାସକୁ ନେଇ ଆଧ୍ୟାତ୍ମିକ ପତ୍ରିକା “ଶକ୍ତିମୟୀ’ , ଜ୍ଞାନୀ, ସାରସ୍ୱତସାଧକ, ମାତୃପ୍ରେମୀଙ୍କ ଉପସ୍ଥିତିରେ ଦୀର୍ଘ ୧୭ ବର୍ଷ ଧରି ପ୍ରକାଶ ପାଇଆସୁଅଛି । ଭଦ୍ରକ ତଥା ଜଦ୍ରକ ବାହାରେ ରାଜ୍ୟର ବିଭିନ୍ନ ଅଂଚଳ ର ଲେଖାକୁ ଙ୍କ ମୂଲ୍ୟବାନ ଲେଖା ଦ୍ୱାରା ତୁଦ୍ଧିମନ୍ତ ଏବର୍ଷର ଅଷ୍ଟାଦଶ ସଂଖ୍ୟା ଉଦ୍ଘାଟନ ଉତ୍ସବ ମା’ଙ୍କ ପୀଠ ଠାରେ ମୁଖ୍ୟ ପୂଜକ ସନ୍ତୋଷକୁମାର ପଣ୍ଡାଙ୍କ ଉପସ୍ଥିତିରେ ପୁରୋହିତ ରମାକାନ୍ତ ମିଶ୍ରଙ୍କ ମନ୍ତ୍ର ପାଠ କରିଥିଲ ।ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧକ୍ଷ ତଥା ଶକ୍ତିମୟୀ ପତ୍ରିକା କମିଟିର ସଭାପତି ଡ. ରାମଚନ୍ଦ୍ର ପଣ୍ଡା ଙ୍କ ପୌରହିତ୍ୟରେ ଉଦ୍‌ଘାଟିତ ହୋଇଯାଇଅଛି ।ପ୍ରାରମ୍ଭରେ ସଂପାଦକ ଗୟାଧର ପଣ୍ଡା ବରେଣ୍ୟ ଅତିଥି ଙ୍କୁ ସ୍ୱାଗତ ଅଭିନନ୍ଦନ ଜଣାଇବା ସଂଗେ ସଂଗେ ପତ୍ରିକାର ଉପଦେୟତା ଉପରେ ଆଲୋକପାତ କରିଥିଲେ । ଛାତ୍ରୀ ଶାସ୍ୱତୀ ମିଶ୍ର ଓ ଅଙ୍କିତା ବେହେରାଙ୍କ ଦ୍ୱାରା ପ୍ରାରମ୍ଭିକ ନୃତ୍ୟ ପରିବେଷଣ କରାଯାଇଥିଲା । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଧୁରି ରଞ୍ଜନ ନାୟକ ଓ ମୁଖ୍ୟ ବକ୍ତା ଭାବେ ଧାମନଗର ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ସୁରଞ୍ଜନ ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ କଥାଶିଳ୍ପୀ ତଥା ଧାମନଗର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପବିତ୍ର ପଣିଗ୍ରାହୀ, ଡା. ଅନୀଲ୍ ଦାସ, ନାରାୟଣ ଚନ୍ଦ୍ର ପାଢୀ, ପ୍ରଫେସର ବାସୁଦେବ ବାରିକ, ପ୍ରେମ ପୃଥିବୀର ସଂପାଦକ କୈଳାଶ ପଣ୍ଡା, ବୈଲୋଚନ ବେହେରା, ପ୍ରମୁଖ ବ୍ୟକ୍ତିବୃନ୍ଦ ଉତ୍ସବରେ ଯୋଗଦେଇ ଥିଲେ । ଯୁଗ୍ମସଂପାଦକ କୋଠାର ସାରଦାଦେବୀ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ନାରାୟଣ ମିଶ୍ର ଶକ୍ତିମୟୀ ପତ୍ରିକା ସମୟରେ ଦୀର୍ଘ ୧୨ ବର୍ଷର ଇତିହାସ ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଅବସରରେ ବିଶିଷ୍ଟ ସ୍ୱଧୀନତା ସଂଗ୍ରାମୀ ରାମହରି ଗୋସ୍ୱାମୀ, ଇଂ ଅମ୍ବିକା ସ୍ୱାଇଁ ଓ ପୂଜା କମିଟି ସଂପାଦକ ହେମନ୍ତ କୁମାର ସୂତାର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ଧାମନଗର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ବାଣୀକବି ଦୟାନିଧି ମିଶ୍ର ମା’ଙ୍କ ସ୍ତୁତିପାଠ କରିଥିବା ବେଳେ ପଣ୍ଡିତ ନୃସିଂହ ଚରଣ ନାୟକ ସଭାଶେଷରେ ସୃଷ୍ଟି ପାଠ କରିଥିଲେ ଓ ପୂଜା କମିଟର ସଂପାଦକ ହେମନ୍ତ ସୂତାର ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.