ଭଦ୍ରକ, ୨୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରାରେ ପାଳନ ହୋଇ ଆସୁଥିବା ମା ଧାମରାଇ ସାର୍ବଜନୀନ ବୋଇତ ବନ୍ଦାଣ ଉତ୍ସବ କୁ କମିଟି ଚଳିତ ବର୍ଷ ଖୁବ ଜାକ ଜକମରେ ପାଳନ କରାଯିବା ବୋଲି ସ୍ତିରୀକୃତ ହୋଇଛି। ଆଜି ହୋଇଥିବା ପ୍ରସ୍ତୁତି ବୈଠକରେ ମା ଧାମରାଇ ମଣ୍ଡଳୀ ପୂର୍ବତନ ସଭାପତି ଦେବେନ୍ଦ୍ର ନାୟକ ସଭାପତିତ୍ୱ କରିଥିବା ବେଳେ ଚଳିତ ବୋଇତ ବନ୍ଦାଣ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଧବ ସିଂଦେଓ, ରାଜ୍ୟ ସରକାରଙ୍କ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଂଟିଆ, ସାଂସଦ ପ୍ରଦ୍ୱୀପ କୁମାର ପାଣିଗ୍ରାହୀ, ଖୋର୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ଅନୁଭବ ମହାନ୍ତି, ସଂସ୍ୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର, ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ରହି ବୋଇତ ବନ୍ଦାଣ ଉତ୍ସକୁ ପାଳନ କରିବେ ବୋଲି ସ୍ୱିକୃତୀ ଦେଇଛନ୍ତି।ଆଜି ହୋଇଥିବା ପ୍ରସ୍ତୁତି ବୈଠକରେ ଦେବେନ୍ଦ୍ର ନାୟକ, ପାପା ଜେନା, ଟୁଲୁ ପ୍ରଧାନ,ଉପନ୍ଦ୍ରେ ରାଉଳ, ରୁଦ୍ର ପ୍ରତାପ ମହାନ୍ତି, ରମେଶ ବାରିକ, ପୂର୍ଣଚନ୍ଦ୍ର ପାଣି, କାହ୍ନୁଚରଣ ବେହେରା, ଅତୁଲ ଜାନା,ମାଳତୀ ଲତା ସାହୁ, ଅଶୋକ ରାଉଳ, ବାବୁଲି ପୁହାଣ, ବାପି ମାଝୀ, ସାନତନ ସାହୁ, ଟୁଟୁ ପଣ୍ଡା, ଶୈଳେନ୍ଦ୍ର ପାତ୍ର, ଅଭିମନ୍ୟୁ ରାଉତ,ନିତ୍ୟାନନ୍ଦ ବେହେରା, ଅର୍ଜୁନୀ ମାଝୀ ପ୍ରମୁଖ ଯୋଗ ଦେଇଥିବା ବେଳେ ସର୍ବସାଧାରଣ କିପରି ସୁରୁଖୁରୁରେ ଏହି ବୋଇତ ବନ୍ଦାଣ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବାକୁ ଅନୁରୋଧ କରିବା ସହ ଭଦ୍ରକ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ ପ୍ରମୁଖ ଶାନ୍ତି ଶୃଙ୍ଖଳା ବଜାଇ ରଖିବେ ବୋଲି ସମସ୍ତ କର୍ମକର୍ତା ନିବେଦନ କରିଛନ୍ତି।








