Home ଜିଲ୍ଲା ପରିକ୍ରମା ଅସଦାଚରଣ ଘଟଣାରେ ଅଭିଯୁକ୍ତ ଗିରଫ

ଅସଦାଚରଣ ଘଟଣାରେ ଅଭିଯୁକ୍ତ ଗିରଫ

9

ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ କାନପୁର ଗ୍ରାମର ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ପୁଲିସ ଅଭିଯୁକ୍ତ ଅଶୋକ ମହାକୁଡ଼ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ପ୍ରକାଶ ଯେ, ଗତ ୧୯ ତାରିଖ ବିଳମ୍ବିତ ରାତିରେ ଯୁବତୀ ଘରେ ଶୋଇଥିବା ବେଳେ ଛାଟାବାଡ଼ କାନ୍ଥ କଣା କରି ଅଶୋକ ଘର ଭିତରେ ପଶି ଅସଦାଚରଣ କରିଥିଲେ। ଏ ସମ୍ପର୍କରେ ଯୁବତୀ ପୀରହାଟ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମକଦ୍ଦମା ନଂ ୨୧୬/୨୫ ରୁଜୁ କରି ତଦନ୍ତ ଚଳାଇଥିଲା। ପୁଲିସ ଅଭିଯୁକ୍ତକୁ ଗିରଫ କରିବାରେ ଅବହେଳା କରିବାରୁ ଯୁବତୀ ଜଣକ ଏସପିଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ସେ ଆତ୍ମାହୂତି ଦେବେ ବୋଲି ଚେତାବନୀ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.